ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରଥ ନିର୍ମାଣ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରଥ ନିର୍ମାଣ କାମ

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ। ବାତ୍ୟା ‘ଅମ୍ଫାନ’ର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ ଏହି କାମକୁ ସ୍ଥଗିତ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହକାରୀ ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥ ଯେଉଁ ସବୁ ଅଂଶର କାର୍ଯ୍ୟ ହୋଇଗଲାଣି ସେଗୁଡ଼ିକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସମସ୍ତ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷର ୯ଟି, ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏ ସମ୍ପନ୍ନ ହୋଇଛି। ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତମାନେ ସୁସ୍ଥ ଥିବା ଜଣାପଡ଼ିଛି। ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପରେ ଏହା ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2TimYoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages