ମା’କୁ ମାରିଦେଲା ପୁଅ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

ମା’କୁ ମାରିଦେଲା ପୁଅ!

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମାତାଜୀ ଜେନା। ଅଭିଯୁକ୍ତ ତଥା ତାଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା।

ସୂଚନା ଅନୁସାରେ, ନିରଞ୍ଜନ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିଛିଦିନ ପୂର୍ବରୁ ସେ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ମା’ଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ୨୮ ତାରିଖ ଦିନ ନିରଞ୍ଜନ ତାଙ୍କ ମାଆଙ୍କୁ ଧରି ମାମୁ ଘର ପାଛଲକୁ ବାହାରିଥିଲେ। ହେଲେ ରାସ୍ତାରେ ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ନିରଞ୍ଜନ ଶାଢ଼ିରେ ମାଆଙ୍କ ବେକକୁ ଚିପି ଦେଇଥିଲେ। ଏଥିସହ ଏକ ଶକ୍ତ ବାଡ଼ିରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏହାପରେ ସେ ଘରକୁ ଫେରି ଆସିଥିଲେ। ଘରେ ତାଙ୍କ ବାପା ତାଙ୍କୁ ମାତାଜୀଙ୍କ ସଂପର୍କରେ ପଚାରିଲେ। ହେଲେ ନିରଞ୍ଜନ କହି ଦେଇଥିଲେ ଯେ ସେ ମାମୁ ଘରେ ଅଛନ୍ତି। ଯୋଗାଯୋଗ କରିବା ପରେ ତାଙ୍କ ବାପା ଜାଣିବାକୁ ପାଇଲେ ଯେ ମାତାଜୀ ସେଠାକୁ ଯାଇ ନାହାନ୍ତି। ଏହାପରେ ସେ ମାତାଜୀଙ୍କୁ ଖୋଜାଖୋଜି କରିଥିଲେ। ଗତକାଲି ଏକ ବିଲରୁ ମାତାଜୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରଯାଇଥିଲା। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୁଅ ନିରଞ୍ଜନ ଓ ବୋହୂ ମିଶି ମାତାଜୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ନିରଞ୍ଜନଙ୍କୁ ଅଟକ ରଖିଛି।



from Odisha Reporter https://ift.tt/2As8FY8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages