ଉତ୍ତେଜନା ବନ୍ଦ କରିବାକୁ ଭାରତ ଓ ଚାଇନାକୁ ଜାତିସଂଘର ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଉତ୍ତେଜନା ବନ୍ଦ କରିବାକୁ ଭାରତ ଓ ଚାଇନାକୁ ଜାତିସଂଘର ପରାମର୍ଶ

ମିଳିତ ଜାତିସଂଘ: ଦିନକୁ ଦିନ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ଲଦାଖ ଓ ଉତ୍ତର ସିକ୍କିମରେ ଦୁଇ ଦେଶର ସେନା ମୁହାଁମୁହିଁ ହେବାରୁ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଏସବୁ ଭିତରେ ମିଳିତ ଜାତିସଂଘ ପକ୍ଷରୁ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଦେଇଥିବା ମଧ୍ୟସ୍ଥତା ପ୍ରସ୍ତାବ ଉପରେ ବି ସେ ମତ ରଖିଛନ୍ତି। ମଧ୍ୟସ୍ଥତା ହେବ କି ନାହିଁ ସେକଥା ଭାରତ ଓ ଚାଇନା ଉପରେ ନିର୍ଭରେ କରେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।

ଜାତିସଂଘର ମୁଖପାତ୍ର ଷ୍ଟେଫେନ ଦୁଜାରିକ କହିଛନ୍ତି, କେହି ବି ଏମିତି କିଛି କାମ ନ କରନ୍ତୁ ଯାହାଦ୍ୱାରା ଉତ୍ତେଜନା ବୃଦ୍ଧି ପାଇବ। ସମସ୍ତେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରିବା ଦରକାର। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ କିଏ ମଧ୍ୟସ୍ଥି ସାଜିବ, ତା’ର ନିର୍ଦ୍ଦେଶ ଜାତିସଂଘ ଦେଇପାରିବେ ନାହିଁ। ଯେଉଁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି, ସେମାନେ ହିଁ କିଏ ମଧ୍ୟସ୍ଥତା କରିବ, ତା’ର ନିଷ୍ପତ୍ତି ନେବେ।

ହଁ ଆମେ ସ୍ଥିତି ଉପରେ ନଜର ରଖିଛୁ। ଆମେ ଖାଲି ଏତିକି କହିପାରୁବେ ଯେ ସବୁ ପକ୍ଷ ଏମିତି କିଛି କାମ ନ କରନ୍ତୁ, ଯାହାଦ୍ୱାରା ସ୍ଥିତି ଆହୁରି ଜଟିଳ ହେବ। ଉତ୍ତେଜନା ହ୍ରାସ ପାଇଁ ସମସ୍ତେ କାର୍ଯ୍ୟ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଏବଂ ଚାଇନା ସେନା ପରସ୍ପର ସହ ବିବାଦ ସୃଷ୍ଟି କରିଛନ୍ତି। ଏଥିସହ ସୀମାରେ ଉଭୟ ଦେଶ ସେନା ଠୁଳ କରୁଛନ୍ତି। ବିବାଦ ବଢ଼ୁଥିବାରୁ ଜାତିସଂଘ ମୁଖପାତ୍ରଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ସେହିପରି ରାଷ୍ଟ୍ରପତି ଟ୍ରମ୍ପ କ’ଣ ଉଭୟ ଦେଶ ମଧ୍ୟରେ ଭଲ ମଧ୍ୟସ୍ଥତା କରିପାରିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବାକୁ ଚାହିଁଥିଲେ। ଏହାର ଜବାବରେ ଷ୍ଟେଫେନ ଏପରି ମତ ରଖିଛନ୍ତି।



from Odisha Reporter https://ift.tt/2TOi7Md

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages