ଲକଡାଉନ ୪.୦ରେ ଚାଲିବ ବସ, ଉଡ଼ିବ ବିମାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଲକଡାଉନ ୪.୦ରେ ଚାଲିବ ବସ, ଉଡ଼ିବ ବିମାନ!

ନୂଆଦିଲ୍ଲୀ: କରୋନା ମହମାରୀ ଭିତରେ ଦେଶକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଲକଡାଉନ ୪.୦ରେ ବିଭିନ୍ନ ପ୍ରକାରର କଟକଣା କୋହଳ କରାଯିବାର ସଙ୍କେତ ମିଳିଛି। ମେ’ ୧୭ ତାରିଖ ରାତି ୧୨ଟାରେ ଲକଡାଉନ ୩.୦ ଶେଷ ହେବ। ତେବେ ଆହୁରି ୧୪ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଲକଡାଉନ ୪.୦ର ଗାଇଡଲାଇନ ୧୮ ତାରିଖ ପୂର୍ବରୁ ସମସ୍ତଙ୍କୁ ଜଣାଇ ଦିଆଯିବ ଓ ଏହା ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଲାଗୁ ହେବ ବୋଲି କହିଛନ୍ତି। ଲକଡାଉନ ୪.୦ରେ କ’ଣ ସବୁ କୋହଳ କରାଯିବା ଦରକାର, ସେନେଈ ୧୫ ତାରିଖ ସୁଦ୍ଧା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାକୁ କୁହାଯାଇଥିଲା।

ଏବେ ଏକାଧିକ ରାଜ୍ୟ ଲକଡାଉନ ୪.୦ କେମିତି ହେବା ଦରକାର, ସେ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଅଧିକାଂଶ ରାଜ୍ୟ କଟକଣା କୋହଳ କରିବା ସପକ୍ଷରେ ଥିବା ବେଳେ ଓଡ଼ିଶା ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିବା ସପକ୍ଷରେ ପ୍ରସ୍ତାବ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଆଗମନ ବ‍ଢ଼ୁଥିବାରୁ ଓଡ଼ିଶା ସରକାର ଲକଡାଉନ ୪.୦ରେ ଅଧିକ କୋହଳ ନୀତି ଆପଣାଇବା ସପକ୍ଷରେ ନଥିବା କୁହାଯାଉଛି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଲକଡାଉନ ୪.୦ ବେଳେ କେନ୍ଦ୍ର ସରକାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ବା ରାଜ୍ୟରେ ବିମାନ ଓ ବସ ଚଳାଚଳ ପାଇଁ ଅନୁମତି ଦେଇପାରନ୍ତି। ବସ ଚଳାଚଳ କରିବାକୁ ଥିଲେ ମଧ୍ୟ ଏହା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ କରିପାରିବ କି ନାହିଁ, ତା’ର ନିଷ୍ପତ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ନେବେ।

ସେହିପରି ନିଜ ରାଜ୍ୟରେ ସୀମାକୁ ଖୋଲିବା ଅଧିକାର କେବଳ ରାଜ୍ୟ ସରକାରଙ୍କର ରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ରାଜ୍ୟର କେଉଁ ଅଞ୍ଚଳକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯିବ, ତା’ର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ନାହିଁ। ଲକଡାଉନ ୪.୦ ବେଳେ ହଟସ୍ପଟ ଚିହ୍ନଟ ନିଷ୍ପତ୍ତି କେବଳ ରାଜ୍ୟ ସରକାରଙ୍କର ରହିବ। ନନ୍‌ ହଟସ୍ପଟ ଜୋନରେ କମ ସଂଖ୍ୟକ ଲୋକଙ୍କୁ ନେଇ ସ୍ଥାନୀୟ ବସଗୁଡ଼ିକ ଚଳାଚଳ କରିପାରିବ।

ଅଟୋ ଓ ଟ୍ୟାକ୍ସିକୁ ମଧ୍ୟ ଲକଡାଉନ ୪.୦ ବେଳେ ଚଳାଚଳ କରିବାକୁ ଅନୁମତି ମିଳିବ। ହେଲେ ଏହା ମଧ୍ୟରେ କେତେ ଲୋକ ଯିବା ଆସିବା କରିପାରିବେ, ସେ ସମ୍ପର୍କରେ ଗାଇଡଲାଇନରେ ବ୍ୟବସ୍ଥା କରାଯିବ। କେବଳ ଜିଲ୍ଲା ମଧ୍ୟରେ ଏଗୁଡ଼ିକୁ ସେବା ଯୋଗାଇକୁ ଅନୁମତି ମିଳିବ। ଆନ୍ତଃରାଜ୍ୟ ଯାତାୟାତକୁ ଅନୁମତି ମିଳିବାକୁ ଥିଲେ ହେଁ କେବଳ ପାସ୍‌ଧାରୀ ଏହି ସୁବିଧା ପାଇବେ।

ସେହିପରି ସରକାର ଆସନ୍ତା ସପ୍ତାହରୁ ଘରୋଇ ଆକାଶ ପଥ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରେନ ସେବା ମେ‘ ୧୨ରୁ ହିଁ ଆରମ୍ଭ ହୋଇସାରିଛି। ଲକଡାଉନ ୪.୦ରେ ସବୁ ପ୍ରକାରର ସାମଗ୍ରୀ ହୋମ ଡେଲିଭରୀ ପାଇଁ ଅନୁମତି ମିଳିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ଗୁଜରାଟ ଭଳି ରାଜ୍ୟଗୁଡ଼ିକ ସବୁଠାରୁ ଅଧିକ ସେକ୍ଟର ଲକଡାଉନ ୪.୦ ବେଳେ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ବିଶେଷ କରି କରୋନାକୁ ଠିକ ଭାବେ ମୁକାବିଲା କରିପାରିଥିବା କେରଳ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମେଟ୍ରୋ, ଆଞ୍ଚଳିକ ଟ୍ରେନ ସେବା, ଘରୋଇ ବିମାନ ଚଳାଚଳ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ପ୍ରସ୍ତାବ ଦେଇଛି।

ତେବେ ଓଡ଼ିଶା, ବିହାର ଓ ଝାରଖଣ୍ଡ ପକ୍ଷରୁ ଲକଡାଉନକୁ ଅଧିକ ଶକ୍ତ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ୩ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏମାନେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।



from Odisha Reporter https://ift.tt/3dQfQaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages