ଇରଫାନଙ୍କ ପ୍ରୋଜେକ୍ଟକୁ ପୂରା କରିବେ ସୁଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଇରଫାନଙ୍କ ପ୍ରୋଜେକ୍ଟକୁ ପୂରା କରିବେ ସୁଶାନ୍ତ

ମୁମ୍ବାଇ: ବଲିଉଡ କଳାକାର ଇରଫାନ ଖାନ୍ ଆଜି ନାହାନ୍ତି ସତ, ହେଲେ ଲକ୍ଷ ଲକ୍ଷ ଭାରତୀୟଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ବଲିଉଡର ବହୁ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କର ସେ ପ୍ରଥମ ପସନ୍ଦ ଥିଲେ। ବହୁ ଚର୍ଚ୍ଚିତ ‘ତୁମ୍ବାଡ଼’ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀ ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ପାଇଁ ତାଙ୍କୁ ସାଇନ୍ କରିବାକୁ ଚାହୁଁଥିଲେ।

ଆନନ୍ଦ ତାଙ୍କୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଫିଲ୍ମର କାହାଣୀ ଲେଖୁଥିଲେ। ଗତ 5 ବର୍ଷ ହେଲା ସେ ଏହି ସ୍କ୍ରିପ୍ଟ କାମରେ ଲାଗିଥିଲେ। କିନ୍ତୁ ଇରଫାନଙ୍କ ମୃତ୍ୟୁ ଆନନ୍ଦଙ୍କୁ ବଡ଼ ଝଟକା ଦେଇଛି। ତାଙ୍କ ଦେହାନ୍ତ ଯୋଗୁ ଆନନ୍ଦଙ୍କ ସ୍ୱପ୍ନ ଅଧୁରା ରହିଯାଇଛି। ତେବେ ଏହି ଫିଲ୍ମର କାହାଣୀ ମହାମାରୀ କରୋନା ଭାଇରସ୍ ସହ ମେଳ ଖାଉଛି।

ଆନନ୍ଦ କହିଛନ୍ତି, ପୂର୍ବରୁ ଆମେ ଫିଲ୍ମ ମାଧ୍ୟମରେ ମହାମାରୀର ପ୍ରକୃତ ରୂପ ବିଷୟରେ ଜଣାଇବାକୁ ଚେଷ୍ଟା କରୁଥିଲୁ। କିନ୍ତୁ ବର୍ତ୍ତମାନ ଏହା ଆମ ମଧ୍ୟରେ ହିଁ ଅଛି। ତେଣୁ ବର୍ତ୍ତମାନ ଏହା ବିଷୟରେ ଆଉ ଲୋକଙ୍କୁ ବୁଝାଇବାର କିଛି ଆବଶ୍ୟକତା ନାହିଁ। ସେଥିପାଇଁ ଆମକୁ ପୁଣିଥରେ ଫିଲ୍ମର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ଏହାଦ୍ୱାରା ଆମେ ଦର୍ଶକଙ୍କୁ ସିଧାସଳଖ ପରବର୍ତ୍ତୀ ସ୍ତରକୁ ନେଇପାରିବୁ ଏବଂ ମହାମାରୀର ପରେ ଜୀବନ କେମିତି ହେବ ସେ ବିଷୟରେ କହିପାରିବୁ।

ଆନନ୍ଦ ତାଙ୍କ ପ୍ରୋଜେକ୍ଟର ନାଁ ‘ଇମର୍ଜେନ୍ସି’ ଦେଇଛନ୍ତି। ସେ କହିଛନ୍ତି ଯେ ଇରଫାନ ଖାନଙ୍କ ପରେ ଏବେ ସେ ଏହି ଫିଲ୍ମ ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ଏହି ଫିଲ୍ମରେ ଅଷ୍ଟ୍ରେଲିଆନ ଅଭିନେତା ହ୍ୟୁଗୋ ୱିଭିଙ୍ଗଙ୍କୁ ମଧ୍ୟ କାଷ୍ଟ କରିବାକୁ ଚାହୁଁଛନ୍ତି। ଏସବୁ ବାଦ୍ ସେ ଏହି ଫିଲ୍ମରେ 4 ଜଣ ଅଭିନେତ୍ରୀଙ୍କୁ ମଧ୍ୟ କାଷ୍ଟ କରିବାକୁ ଚାହୁଁଛନ୍ତି, ଯେଉଁମାନେ କି ମୁଖ୍ୟ ଭୂମିକାରେ ରହିବେ।



from Odisha Reporter https://ift.tt/2LsEUbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages