ନୀରବତାର ରାଜୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ନୀରବତାର ରାଜୁତି

ଶୁନସାନ ରାସ୍ତାଘାଟ

ମରୁଭୂମି ମରୀଚିକା ପରି

ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ

କ୍ଷଣ ଭଙ୍ଗୁର ସମସ୍ତ ସପନ

ଉଦାସୀନ ମନର

ସମ୍ଭାବନାହୀନ କେତେଯେ ଭାବନା

ଜୀବନ ମୃତ୍ୟୁର ଲୁଚକାଳି ଖେଳ

ରଚୁଛି ଆଜି ସେ କାଳ ଭୈରବ

ରକ୍ଷକ ର ରକ୍ଷା ବାଡ଼ି

ପାର କରି ଦୌଡ଼ି ଯାଇ

ଭେଟୁ ମୃତ୍ୟୁକୁ ସେଥିପାଇଁ

ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା

ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା

ଲୌହ ଦାନବର ଗର୍ଜନ ରୁ ନିସ୍ତାର

ଅଜଣା(କରୋନା)ଭୟର କାୟା ବିସ୍ତାର

ପ୍ରକୃତି ପ୍ରତି ତାଡନା

ଭୋଗୁଛି ସେ ପ୍ରତି ମୁହୂର୍ତ୍ତରେ ଯାତନା

ଚର୍ତୁଦିଗେସମୟରମୃତ୍ୟୁର

ଇଶାରା

ଶଂକା ଲାଗେ ଶୁଣି ଯନ୍ତ୍ରଣାର ମଧୁର ମୂର୍ଚ୍ଛନା

ସ୍ବପ୍ନ ଉତ୍କଣ୍ଠାର ପ୍ରେମାସ୍ପଦ  ଜୀବନ

ଅସ୍ଥିର ଶବ୍ଦର ଶୁଣେ ହୃଦୟ ସ୍ପନ୍ଦନ

ନଦୀର ଶୀତଳତା ଦେହରେ ମାଡିଯାଏ

ତଥାପି ମଣିଷ କ୍ଷଣ ଭଙ୍ଗୁର ଜୀବନକୁ ଭଲପାଏ।

 ଆର୍ଯ୍ୟ କୁମାରୀ ପ୍ରଜ୍ଞା ପରାମିତା

ଅଧ୍ୟାପିକା,କେଶପୁରକଲେଜ

୯୭୭୮୮୧୮୧୮୪



from Odisha Reporter https://ift.tt/35Z8f70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages