ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସପ୍ତାହକ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ଦୁଇଗୁଣିତ ହୋଇଛି। କିଛିଦିନ ତଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ପାଇଁ ୧୫ ଦିନ ସମୟ ଲାଗୁଥିଲା। ହେଲେ ମାତ୍ର ୭ ଦିନ ମଧ୍ୟରେ ଏହା ୧୦.୨ ଦିନ ହୋଇଯାଇଛି।
ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାରୁ ଏଭଳି ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଆରୋଗ୍ୟ ହାର ଦେଶରେ ବଢ଼ିବାରେ ଲାଗିଛି। ସେହିପରି ଜାତୀୟ ସ୍ତରରେ କରୋନା ମୃତ୍ୟୁହାର ୩.୩% ରହିଛି।
ବର୍ତ୍ତମାନ ଦେଶରେ ଟେଷ୍ଟିଂ କ୍ଷମତା ୯୫ ହଜାରରେ ପହଞ୍ଚିଛି ଯାଇଛି। ଦୈନିକ ପ୍ରାୟ ୭୫ ହଜାର ଟେଷ୍ଟ କରାଯାଉଛି। ୩୨୭ ସରକାରୀ ଓ ୧୧୮ ଘରୋଇ ଲ୍ୟାବରେ କରୋନା ପରୀକ୍ଷଣର ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ଦେଶରେ ୧୩.୫୭ ଲକ୍ଷ ନମୁନା ଟେଷ୍ଟ କରାଯାଇ ସାରିଲାଣି।
from Odisha Reporter https://ift.tt/2WenV2Z
No comments:
Post a Comment