୧୦ ହଜାର ଭାରତୀୟ କରୋନାରେ ସଂକ୍ରମିତ, ସ୍ୱଦେଶ ଫେରିବାକୁ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

୧୦ ହଜାର ଭାରତୀୟ କରୋନାରେ ସଂକ୍ରମିତ, ସ୍ୱଦେଶ ଫେରିବାକୁ ଆବେଦନ

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରେ ପହଞ୍ଚାଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏବେ ବିଦେଶରେ ଫସିଥିବା ପ୍ରବାସୀ ଭାରତୀୟ ନିଜ ନିଜ ଘରକୁ ଫେରିବାକୁ ଆବେଦନ କରୁଛନ୍ତି। ତେବେ ଆବେଦନକାରୀ କରୋନାରେ ସଂକ୍ରମିତ। ଯାହାକୁ ନେଇ ଅଡ଼ୁଆରେ ପଡ଼ିଛି କେନ୍ଦ୍ର ସରକାର।

ଗଲ୍ଫ ଦେଶରେ ଥିବା ୧୦ ହଜାରରୁ ଅଧିକ ଭାରତୀୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୮୪ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏବେ ଆକ୍ରାନ୍ତ ଏବଂ କୌଣସି କାମ ପାଇଁ ଯାଇ ଫସି ହୋଇ ରହିଥିବା ଭାରତୀୟ ସ୍ୱଦେଶ ଫେରିବାକୁ ଆବଦେନ କରୁଛନ୍ତି। ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର (ମେ’ ୭) ପାଖରୁ ପର୍ଯ୍ୟାୟ କ୍ରମେ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟଙ୍କୁ ବିମାନ ଓ ଜାହାଜରେ ଆଣିବାକୁ ଯୋଜନା କରିଛନ୍ତି।

ୟୁଏଇରେ କେବଳ ୨ ଲକ୍ଷରୁ ଅଧିକ ଭାରତୀୟ ସ୍ୱଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ୟୁଏଇ ଲକଡ଼ାଉନ୍ ରହିଛି। ତେଣୁ ସେମାନେ ଫସି ହୋଇ ରହିଛନ୍ତି। ଅନ୍ୟପଟେ କରୋନା ମହାମାରୀ ପାଇଁ ୪୦ ହଜାରରୁ ଅଧିକ ଭାରତୀୟ ଛଟେଇର ଶିକାର ହୋଇଛନ୍ତି। ୟୁଏଇର ବାଣିଜ୍ୟିକ ଦୂତାବାସ ଅନୁଯାୟୀ, ୨୦ ପ୍ରତିଶତ ଆବେଦନକାରୀ ଛଟେଇର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ୫୫ ପ୍ରତିଶତ କେରଳର। ସେହିପରି ଆବେଦନାକୀରଙ୍କ ମଧ୍ୟରୁ ୧୦ ପ୍ରତିଶତ କିଛି ହଜ୍ ପାଇଁ ତୀର୍ଥ ଯାତ୍ରା କରିବାକୁ ଆସିଥିଲେ ଆଉ କିଛି ଭିସା ଜରିଆରେ ଅନ୍ୟାନ୍ୟ କାମରେ ଆସିଥିଲେ। ଲକଡାଉନ୍ ପାଇଁ ଏମାନେ ସମସ୍ତେ ଫସି ହୋଇ ରହିଯାଇଛନ୍ତି।

ସୂଚନା ଅନୁଯାୟୀ, ଗଲ୍ଫ ଦେଶରେ ଥିବା ୟୁଏଇରେ ୧୧୨୦୫୯ ଜଣ, ସାଉଦି ଆରବରେ ୭୨୩୯୯, କୁଏତରେ ୫୭୬୧୩, ଓମାନରେ ୩୬୦୩୭ ଏବଂ କତାରରେ ୩୪୪୭୧ ଜଣ ଭାରତୀୟ ରହିଛନ୍ତି।



from Odisha Reporter https://ift.tt/2YzPlCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages