ଜୁନ୍ ୩, ବୁଧବାର: ଅନେକ ଦିନର ଆଶା ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଜୁନ୍ ୩, ବୁଧବାର: ଅନେକ ଦିନର ଆଶା ପୂରଣ ହେବ

ମେଷ– ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ଲାଭ ମିଳିବ। ବହୁ ପୁରାତନ ସମସ୍ୟାର ସମାଧାନ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ– ଅନେକ ଦିନର ଆଶା ପୂରଣ ହେବ। ନୂଆ କାମ ଆରମ୍ଭ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ– ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ଜମିବାଡ଼ି ଜନିତ ବ୍ୟବସାୟରୁ ଅଧିକ ଲାଭାନ୍ୱିତ ହେବେ।

କର୍କଟ– କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। ଯାତ୍ରାଜନିତ କ୍ଲେଶ ଅନୁଭବ କରିପାରନ୍ତି। ଖାଦ୍ୟ ପାନୀୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ସିଂହ– ନୂତନ ଯାନବାହନ ବା ଭୂମି କ୍ରୟ କରିବାର ସୁଯୋଗ ପାଇବେ। ନିଜର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ମହିଳାମାନେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା– ଲାଗି ରହିଥିବା ବିବାଦର ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା– ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲାଭ କରିବେ। ବସ୍ତ୍ର, ଆଭୂଷଣ ଜାତୀୟ ବ୍ୟବସାୟରେ ଅଧିକ ଲାଭବାନ ହେବେ।

ବିଛା– କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବୃଦ୍ଧି ହେତୁ ଚିନ୍ତିତ ରହିବେ। ଦୁର୍ଘଟଣା ଘଟିପାରେ। ତେଣୁ ସତର୍କ ରୁହନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ସମାଲୋଚିତ ହେବେ।

ଧନୁ– ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ। ହଳଦୀ ରଙ୍ଗର ଟିକା ମଥାରେ ଲଗାନ୍ତୁ।

ମକର– କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ।
ସାମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ।

କୁମ୍ଭ– ସ୍ଥଗିତ ଥିବା କାମକୁ ତ୍ୱରାନିତ କରିବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ପ୍ରଶଂସିତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମୀନ– ବୃଥା ଭ୍ରମଣ ଯୋଗୁ ଧନହାନୀ ପ୍ରାଣପୀଡ଼ା ଭଳି ସ୍ଥିତି ଉତ୍ପନ୍ନ ହେବ। ଶତ୍ରୁଙ୍କୁ ଭୟ କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି।



from Odisha Reporter https://ift.tt/3eWqttp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages