ଝାରସୁଗୁଡାରେ ମହିଳା ପାଲଟିଲେ ସୁପର ସ୍ପ୍ରେଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଝାରସୁଗୁଡାରେ ମହିଳା ପାଲଟିଲେ ସୁପର ସ୍ପ୍ରେଡର

ଝାରସୁଗୁଡା(ଭାଗିରଥୀ ସାହୁ): ଝାରସୁଗୁଡାରେ ଜଣେ ମହିଳା ପାଲଟିଲେ ସୁପର ସ୍ପ୍ରେଡର। ଗୁରୁଗ୍ରାମରୁ ଆସିଥିବା ଏହି ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ମହିଳାଜଣଙ୍କ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ କୋଭିଡ୍ ନିୟମ ନମାନି ସାମାଜିକ ଉତ୍ସବର ଆୟୋଜନ କରିଥିଲେ ।  ମହିଳା ଜଣଙ୍କ ନିଜ ପୁଅଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରିଥିବା ବେଳେ ଏଥିରେ ପଡୋଶୀମାନଙ୍କୁ ନିମନ୍ତ୍ରଣ କରିଥିଲେ । ଜନ୍ମଦିନ ପାଳନ କରାଯାଇଥିବା  ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ସତ୍ତ୍ୱେ ଏହାକୁ ଖାତିର ନ କରି ସେ ଉତ୍ସବର ଆୟୋଜନ କରିଥିଲେ । ପରେ ସେ ଅନ୍ୟଜଣେ ବ୍ୟକ୍ତିଙ୍କ ବିବାହ ବାର୍ଷିକୀ ଅବସରରେ ମଧ୍ୟ ଯୋଗ ଦେଇଥିଲେ । ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିବା କୁହାଯାଉଛି ।

ସୂଚନାଯୋଗ୍ୟ  ସମ୍ପୃକ୍ତା ମହିଳା, ସ୍ୱାମୀ ଓ ପୁଅଙ୍କ ସହ କିଛି ଦିନ ତଳେ ଗୁରୁଗ୍ରାମରୁ ଫେରିଥିଲେ । ଏହାପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି ।



from Odisha Reporter https://ift.tt/2YlTPvx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages