ମହିଳା ହୋମ୍‌ଗାର୍ଡଙ୍କ ନାଁରେ ସାଂଘାତିକ ଅଭିଯୋଗ; ୪ ‍‍ବର୍ଷ ହେଲା ଯୁବତୀଙ୍କୁ ବନ୍ଧକ ରଖି ଦେଉଥିଲେ ଯୌନ ନିର୍ଯାତନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ମହିଳା ହୋମ୍‌ଗାର୍ଡଙ୍କ ନାଁରେ ସାଂଘାତିକ ଅଭିଯୋଗ; ୪ ‍‍ବର୍ଷ ହେଲା ଯୁବତୀଙ୍କୁ ବନ୍ଧକ ରଖି ଦେଉଥିଲେ ଯୌନ ନିର୍ଯାତନା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ଖାକିରେ ଲାଗିଛି କଳଙ୍କର ଛିଟା। କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହେବା ପରେ ଏବେ ଜଣେ ମହିଳା ହୋମଗାର୍ଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ।

ହୋମଗାର୍ଡଜଣକ ଜଣେ ଯୁବତୀଙ୍କୁ ୪ ବର୍ଷ ହେଲା ଅପହରଣ କରି ନିର୍ଯାତନା ଦେବା ସହ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ  ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆସିଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା।

ସୂଚନା ଅନୁସାରେ, ଉମରକୋଟ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ ଗାଁର ମହିଳା ହୋମଗାର୍ଡ ଶୁକ୍ରୀ ମାଝି ପ୍ରାୟ ୪ ବର୍ଷ ହେବ ଉମରକୋଟ ସହରରକୁ ଆଣିଥିଲେ। ଏନେଇ ସେ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣାଇ ନଥିଲେ। ତେବେ ଯୁବତୀଜଣକ ଅନେକ ସମୟରେ ହୋମଗାର୍ଡଙ୍କ ଘରକୁ ଯିବା ଆସିବା କରୁଥିଲେ। ତେଣୁ ହୋମଗାର୍ଡ ତାଙ୍କ ଝିଅକୁ ନେଇଥିବା ସନ୍ଦେହ କରି ପରିବାର ଲୋକେ ଝିଅ ସମ୍ପର୍କରେ ତାଙ୍କୁ ପଚାରିଥିଲେ। ହେଲେ ସେ ଏହି ବିଷୟରେ କିଛି ଜାଣି ନଥିବା କହିଥିଲେ।

ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଯୁବତୀଙ୍କ ପରିବାର ଲୋକେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ତେବେ ସେ ଜଣେ ହୋମ ଗାର୍ଡ଼ ହୋଇଥିବାରୁ ଥାନାର ଦ୍ୱାରସ୍ଥ ନହେବାକୁ ଗାଁ ଲୋକେ ପରାମର୍ଶ ଦେଇଥିଲେ। ଏହାପରେ ନିରାଶ ହୋଇ ଝିଅ ମରିଯାଇଥିବା ଭାବି ପରିବାର ଲୋକେ ଚୁପ୍‌ ହୋଇ ଯାଇଥିଲେ।

ଯୁବତୀଙ୍କୁ ହୋମଗାର୍ଡଜଣଙ୍କ ଉମରକୋଟରେ ଏକ ଭଡ଼ା ଘରେ ପ୍ରାୟ ୪ ବର୍ଷ ହେବ ବନ୍ଧକ ରଖିଥିଲେ। ଆଉ ତାଙ୍କୁ ସେଠାରେ ମାରପିଟ୍ କରିବା ସହ ଯୌନଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ହେଲେ ମେ’ ୧୭ ତାରିଖ ଦିନ ହୋମଗାର୍ଡଜଣକ ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ। ଝିଅକୁ ଦେଖି  ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ହୋମଗାର୍ଡ ଶୁକ୍ରୀ ମାଝି ମାରପିଟ୍ କରିବା ସହ ଯୌନଶୋଷଣ କରୁଥିବା ନେଇ ଯୁବତୀଜଣଙ୍କ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଆଉ ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ପୀଡ଼ିତ କହିଛନ୍ତି। ଏନେଇ ଗତକାଲି ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳା ହୋମଗାର୍ଡଜଣକ ବିବାହ କରି ନ ଥିବା ଜଣାଯାଇଛି।

 

The post ମହିଳା ହୋମ୍‌ଗାର୍ଡଙ୍କ ନାଁରେ ସାଂଘାତିକ ଅଭିଯୋଗ; ୪ ‍‍ବର୍ଷ ହେଲା ଯୁବତୀଙ୍କୁ ବନ୍ଧକ ରଖି ଦେଉଥିଲେ ଯୌନ ନିର୍ଯାତନା appeared first on Odisha Reporter.



from Odisha Reporter https://ift.tt/2YJyCMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages