‘ମାଇଁ ଲର୍ଡ’ ଚଢ଼ୁଛନ୍ତି ହାର୍ଲି ଡାଭିଡସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

‘ମାଇଁ ଲର୍ଡ’ ଚଢ଼ୁଛନ୍ତି ହାର୍ଲି ଡାଭିଡସନ

ନାଗପୁର: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବେ ନୂଆ ଅବତାରରେ। ସିଜେଆଇ ହାର୍ଲି ଡାଭିଡସନ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଯାହାର ବିଭିନ୍ନ  ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏବେ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଚାଲିଛି। ତେଣୁ ସିଜେଆଇ ଏବେ ତାଙ୍କର ହୋମ୍ ଟାଉନରେ ରହିଥିବା ସୂଚନା ରହିଛି। ହାର୍ଲି ଡାଭିଡସନ ସାଧାରଣତଃ ବାଇକ ରେସିଂରେ ବ୍ୟବହାର ହୋଇଥାଏ।

ସିଜେଆଇ ବୋବଡେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଖଣ୍ଡପୀଠରେ ରହିଛନ୍ତି। ନିକଟରେ ହୋଇଥିବା ରାମ ମନ୍ଦିର ମାମଲା, ପୂର୍ବତନ ସେଜିଆଇ ଗୋଗୋଇଙ୍କ ବିରୋଧରେ ଆସିଥିବା ନିର୍ଯାତନା ଅଭିଯୋଗ, ଦିଲ୍ଲୀରେ ପ୍ରଦୂଷଣ ଆଦି ମାମଲାକୁ ନେଇ ଗଠିତ ଖଣ୍ଡପୀଠରେ ବୋବଡେଙ୍କର ଭୂମିକା ରହିଛି।

ଏବେ କିନ୍ତୁ ଗ୍ରୀଷ୍ମ ଅବକାଶ ଚାଲିଥିବାରୁ ଦେଶର ଏହି ୪୭ ତମ ପ୍ରଧାନ ବିଚାରପତି ରିଲାକ୍ସ ଥିବା ଦେଖିବାକୁ ମିଳିଛି। ରବିବାର ସେ ହାର୍ଲି ଡାଭିଡସନ ଧରି ଛୁଟି କଟାଉଥିବାର ଫଟୋ ଏବେ ଭାଇରାଲ ହୋଇଛି।

ନିକଟରେ ବୋବଡେ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଦୁଇ ଚକିଆ ଗାଡ଼ି ଚଳାଇବା ତାଙ୍କର ସୌକ। ବୁଲେଟ ଚଳାଇବାକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ। ତେବେ ଗତବର୍ଷ ହାର୍ଲି ଡାଭିଡସନର ଗାଡ଼ି ଚଳାଇବା ଶିଖୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ି ଚଳାଇବା ବେଳେ ପଡ଼ିଯିବାରୁ ତାଙ୍କର କହୁଣୀରେ ଆଘାତ ଲାଗିଥିଲା। ଏହାପରେ ସେ ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟର କଲେଜିୟମ ବୈଠକରୁ ମଧ୍ୟ ଦୂରେଇ ରହିଥିଲେ।

The post ‘ମାଇଁ ଲର୍ଡ’ ଚଢ଼ୁଛନ୍ତି ହାର୍ଲି ଡାଭିଡସନ appeared first on Odisha Reporter.



from Odisha Reporter https://ift.tt/3eCXFWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages