କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଡ୍ରେନ୍ ପାଣିକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ କଟୁରିରେ ଆକ୍ରମଣ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ତାଙ୍କ ନାଁ ସୋନୁ ନାଏକ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଆହତ ପଡ଼ୋଶୀଙ୍କ ନାଁ ଦୀଲିପ ରଣା।
ସୂଚନା ଅନୁସାରେ, ଗତ ୨୫ ତାରିଖ ସକାଳେ କଣ୍ଟାବାଞ୍ଜି ସହରରେ ପ୍ରବଳ ବର୍ଷା ହୋଇଥିଲା। ସୋନୁଙ୍କ ଘର ଖାଲ ଜାଗାରେ ଥିବାରୁ ତାଙ୍କ ଘରକୁ ଡ୍ରେନ୍ ପାଣି ପଶି ଯାଇଥିଲା। ଏହାକୁ କେନ୍ଦ୍ର କରି ସୋନୁ ତାଙ୍କ ପଡ଼ୋଶୀ ଦୀଲିପଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ପୁଣି ରାତି ୮ଟାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୋନୁ ଦିଲୀପଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୁଣ୍ଡ ଓ ବାମ ହାତରେ ଆଘାତ ଲାଗିଥିଲା। ତେବେ ଅଧିକ ରକ୍ତସ୍ରାବ ହେବାରୁ ଦିଲୀପ ସେଠାରେ ଅଚେତ ହୋଇ ଯାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଦିଲୀପଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ୍ ଅଭିଯୁକ୍ତ ସୋନୁକୁ ଗିରଫ କରି କୋର୍ଟଚାଲାଣ କରିଥିବା କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର କହିଛନ୍ତି।
The post ଡ୍ରେନ୍ ପାଣିକୁ କେନ୍ଦ୍ର କରି ଆକ୍ରମଣ ଘଟଣା; ପଡ଼ୋଶୀ ଗିରଫ appeared first on Odisha Reporter.
from Odisha Reporter https://ift.tt/2YAaago
No comments:
Post a Comment