ପୁଅ ବାହାଘରରେ ଥିଲେ ପରିବାର ଲୋକ, ଘରେ ବୁଲିଲା କଳାକନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ପୁଅ ବାହାଘରରେ ଥିଲେ ପରିବାର ଲୋକ, ଘରେ ବୁଲିଲା କଳାକନା

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରୁ ୩୬ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଡାଇମଣ୍ଡର ୨ଟି ଚୁଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି।

୨୫ ତାରିଖରେ ବ୍ୟବସାୟୀ ତୁଳସୀ  ଜୈନଙ୍କ ପୁଅର ବିବାହ ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ  ଟିଟିଲାଗଡ଼ ଯାଇଥିଲେ। ତେବେ ବାହାଘର ସରିଲା ପରେ ୨୬ ତାରିଖ ଦିନ ସକାଳେ  ସେମାନେ ବଙ୍ଗୋମୁଣ୍ଡାସ୍ଥିତ ନିଜ ଘରକୁ ଫେରିଥିଲେ। ହେଲେ ସେମାନେ ଆସି ପହଞ୍ଚି ଦେଖିଲା ବେଳକୁ ତାଙ୍କର ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ।  ଏହାପରେ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ  ତୁଳସୀ ଜୈନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

The post ପୁଅ ବାହାଘରରେ ଥିଲେ ପରିବାର ଲୋକ, ଘରେ ବୁଲିଲା କଳାକନା appeared first on Odisha Reporter.



from Odisha Reporter https://ift.tt/2ZiaH5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages