ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହା ଉପରେ କାବୁ ପାଇବା ଲାଗି ସରୋଲଜିକାଲ୍ ସର୍ଭେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆଜିଠାରୁ ପୁରୀରୁ ଆରମ୍ଭ ହେବ ଏହି ସର୍ଭେ। ଏହାଦ୍ୱାରା ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ଜଣାପଡ଼ିବ। ପର୍ଯ୍ୟାୟ କ୍ରମେ ଗଞ୍ଜାମ, ଗଜପତି, କଟକ ଜିଲ୍ଲା ଓ ଭୁବନେଶ୍ୱରରେ ମଧ୍ୟ ଏହି ସର୍ଭେ କରାଯିବ।
ଆଇଏଲ୍ସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଲୋକାଲ କେସ୍ ବାହାରୁ ଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଅଛି। ତେଣୁ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ସଠିକ୍ ତଥ୍ୟ ସଂଗ୍ରହ ପାଇଁ ଏହି ସର୍ଭେ କରାଯାଉଛି।
ଆସନ୍ତା ମାସରୁ ଟେଷ୍ଟିଂ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯିବ। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କରିବାକୁ ୫୦ ହଜାର କିଟ୍ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି।
The post ଆଜିଠୁ ପୁରୀରେ ସରୋଲଜିକାଲ ସର୍ଭେ appeared first on Odisha Reporter.
from Odisha Reporter https://ift.tt/3g3xpW6
No comments:
Post a Comment