ପାଦରେ ବିଗ୍ ‌ବି’ଙ୍କ ଛବି ଆଙ୍କିଲେ ଦିବ୍ୟାଙ୍ଗ ଫ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ପାଦରେ ବିଗ୍ ‌ବି’ଙ୍କ ଛବି ଆଙ୍କିଲେ ଦିବ୍ୟାଙ୍ଗ ଫ୍ୟାନ୍

ମୁମ୍ବାଇ: ବହୁତ ସମୟରେ ଆମେ ଫିଲ୍ମ ଷ୍ଟାରଙ୍କର ବଡ଼ ବଡ଼ ଫ୍ୟାନମାନଙ୍କୁ ଦେଖିଛେ, ଯେଉଁମାନେ ତାଙ୍କ ପ୍ରିୟ ଷ୍ଟାରଙ୍କୁ ଉତ୍ସାହିତ କରିବା ପାଇଁ କିଛି ନିଆରା ପ୍ରାୟସ କରିଥା’ନ୍ତି। ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି। ହେଲେ ଏବେ ଜଣେ ଫ୍ୟାନ୍ ଏମିତି କିଛି କରିଛନ୍ତି, ଯାହା ବିଗ୍ ‌ବି’ଙ୍କ ହୃଦୟ ଜିତି ନେଇଛି।

ନିକଟରେ ଅମିତାଭଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ଅଭିନୟକୁ ବିଭିନ୍ନ ବର୍ଗ‌ରୁ ବେଶ୍ ପ୍ରଶଂସା ମିଳୁଛି। ତେବେ ଏଥିମଧ୍ୟରେ ତାଙ୍କର ଜଣେ ଦିବ୍ୟାଙ୍ଗ ଫ୍ୟାନ୍‌ ତାଙ୍କର ଏକ ଚିତ୍ର ଆଙ୍କିଛନ୍ତି। ଏହି ଛବିର ବିଶେଷତ୍ତ୍ୱ ହେଉଛି ଯେ ସେ ଏହାକୁ ପାଦରେ ଆଙ୍କିଛନ୍ତି। ଏହି ଚିତ୍ରଟି ଅବିକଳ ‘ଗୁଲାବୋ ସିତାବୋ’ରେ ବିଗ୍‌ବିଙ୍କ କ୍ୟାରେକ୍ଟର ମିର୍ଜାଙ୍କ ପରି ଦେଖାଯାଉଛି। ଏହି ଫ୍ୟାନ୍‌ଙ୍କ ନାଁ ହେଉଛି ଆୟୁଷ। ଅମିତାଭ ଆୟୁଷ ଆଙ୍କିଥିବା ଛବିକୁ ନିଜ ଟ୍ୱିଟର୍‌ରେ ପୋଷ୍ଟ କରି ଲେଖିଛନ୍ତି, ‘ଏ ହେଉଛନ୍ତି ଆୟୁଷ। ଦିବ୍ୟାଙ୍ଗ ହୋଇଥିବାରୁ ନିଜ ହାତର ବ୍ୟବହାର କରିପାରନ୍ତି ନାହିଁ। ଏଥିପାଇଁ ପାଦରେ ଛବି ଆଙ୍କନ୍ତି। ମୋତେ ଘରେ ତାଙ୍କ ସହ ଭେଟିବାର ସୌଭାଗ୍ୟ ମିଳିଲା। ତାଙ୍କୁ ଓ ତାଙ୍କ ପ୍ରତିଭାକୁ ଆଶୀର୍ବାଦ ଦେଉଛି।’ ଅମିତାଭଙ୍କ ଏହି ଟ୍ୱିଟ୍‌ରେ ପ୍ରଶଂସକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ‘ଗୁଲାବୋ ସିତାବୋ’ ଏକ କମେଡ଼ି ଫିଲ୍ମ, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ସୁଜିତ୍ ସିରକାର୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆଗକୁ ବିଗ୍ ‌ବି’ ତିନୋଟି ବଡ଼ ଫିଲ୍ମରେ ନଜର ଆସିବେ। ଏଗୁଡ଼ିକ ହେଉଛି ‘ଚେହ୍‌ରେ’, ‘ଝୁଣ୍ଡ’ ଏବଂ ‘ବ୍ରହ୍ମାସ୍ତ୍ର’। କୋରୋନା ଭାଇରସ୍‌ ଯୋଗୁ ଏବେ ଏହି ଫିଲ୍ମଗୁଡ଼ିକର ଶୁଟିଂ ବନ୍ଦ ରହିଛି। ସ୍ଥିତି ସ୍ୱାଭାବିକ ହେଲେ ଏଗୁଡ଼ିକ ଶୁଟିଂ ସମ୍ପୂର୍ଣ୍ଣ କରାଯିବ।

 



from Odisha Reporter https://ift.tt/2zQ4mpn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages