ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି।
ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ତାର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗତକାଲି ରାତିରେ ବଜ୍ରକାପ୍ତାଟି ପାଖ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ପାଇଁ ଆସି କୂଅ ଭିତରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।
from Odisha Reporter https://ift.tt/2CmqI2B
No comments:
Post a Comment