ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ରବିବାର ପରଲୋକ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର ରଚାଯାଇଥିବା ତାଙ୍କ ଫ୍ୟାନ୍ ଓ ବଲିଉଡ୍ର କିଛି ଷ୍ଟାର୍ ଅଭିଯୋଗ କରିଥିବା ବେଳେ ଏନେଇ ପୁଲିସ୍ ତା’ର ତଦନ୍ତ ଚଳାଇଛି। ତେବେ ଏହା ମଧ୍ୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ବଲିଉଡ୍ ନିର୍ଦ୍ଦେଶକ ତଥା ନିର୍ମାତା ମହେଶ ଭଟ୍ଟଙ୍କ କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକୁ ଦେଖିବା ପରେ ସୁଶାନ୍ତଙ୍କ ଫ୍ୟାନ୍ମାନେ ଆହୁରି ରାଗି ଯାଇଛନ୍ତି ଓ ସୋଶାଲ୍ ମିଡିଆରେ ମହେଶ ଭଟ୍ଟଙ୍କୁ ସାଂଘାତିକ ଭାବେ ଟ୍ରୋଲ୍ କରୁଛନ୍ତି।
ମହେଶ ଓ ରିଆଙ୍କର ଏ ଯେଉଁ ଫଟୋ ଗୁଡ଼ିକୁ ଆପଣମାନେ ଦେଖୁଛନ୍ତି, ସେଗୁଡ଼ିକ ଦୁଇ ବର୍ଷ ତଳର। ଏଗୁଡ଼ିକୁ ନିଜେ ରିୟା ୨୦୧୮ ମସିହାରେ ମହେଶ ଭଟ୍ଟଙ୍କ ଜନ୍ମଦିନରେ ଶେଆର କରିଥିଲେ। ଏହି ଫଟୋଗୁଡ଼ିକୁ ଶେଆର କରି ସେ ଲେଖିଥିଲେ, ମୋ ବୁଢ଼ା ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣ ମୋତେ ସ୍ନେହ ଆଦରରେ ଉଚିତ୍ ମାର୍ଗ ଦେଖାଇଛନ୍ତି। ମୋତେ ଭଲ ପାଇଛନ୍ତି ଓ ଉଡ଼ିବା ଶିଖାଇଛନ୍ତି। ଆପଣ ଏମିତି ଜଣେ ମଣିଷ, ଯିଏ ଅନ୍ୟମାନଙ୍କ ଜୀବନକୁ ଆଲୋକିତ କରି ଦିଅନ୍ତି।
ସୂଚନାଯୋଗ୍ୟ, ରିଆଙ୍କୁ ପୁଲିସ୍ ପଚରାଉଚରା କରିଛି। ଗୁରୁବାର ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରାୟ ୯ ଘଣ୍ଟା ଧରି ପୁଲିସ୍ ତାଙ୍କୁ ଜେରା କରିଥିଲା। ବେଶ୍ କିଛି ମାସ ହେଲା ସୁଶାନ୍ତ ମାନସିକ ଅବସାଦରେ ଥିଲେ ଓ ତାଙ୍କର ଚିକିତ୍ସା ଚାଲିଥିବା ସେ କହିଥିଲେ ଏବଂ ତା’ର ପ୍ରମାଣ ପୁଲିସ୍କୁ ଦେଖାଇଥିଲେ। ଏହା ସହିତ ସୁଶାନ୍ତ ଔଷଧ ଖାଉ ନଥିଲେ ବୋଲି ରିୟା କହିଥିଲେ। ଔଷଧ ଖାଇବା ବଦଳରେ ସେ ଯୋଗ ଓ ପ୍ରାଣାୟମ କରିବାକୁ ପସନ୍ଦ କରୁଥିଲେ।
from Odisha Reporter https://ift.tt/2V4Zt3k
No comments:
Post a Comment