୧୪ ଦିନ ହେଲା ବଢ଼ି ଚାଲିଛି ତୈଳଦର, ଏହି ସହରରେ ୮୫ ଟଙ୍କା ପାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

୧୪ ଦିନ ହେଲା ବଢ଼ି ଚାଲିଛି ତୈଳଦର, ଏହି ସହରରେ ୮୫ ଟଙ୍କା ପାର

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହଙ୍ଗା ହୋଇଛି ତୈଳଦର। ଆଜି ଦେଶର ବିଭିନ୍ନ ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ୧୪ ଦିନ ପାଇଁ ବୃଦ୍ଧି ଘଟିଛି। ଆଜିର ନୂଆ ଦର ପରେ କିଛି ସହରରେ ପେଟ୍ରୋଲର ଲିଟର ପିଛା ଦର ୫୧ରୁ ୫୩ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୬୧ରୁ ୬୩ ପଇସା ବଢ଼ିଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୮.୩୭ ଟଙ୍କାରୁ ବୃଦ୍ଧି ପାଇ ୭୮.୮୮ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଡିଜେଲର ଲିଟର ପିଛା ଦର ୬୧ ପଇସା ବୃଦ୍ଧି ପାଇ ୭୭.୬୭ ଟଙ୍କା ଛୁଇଁଛି। ୧୪ ଦିନ ମଧ୍ୟରେ ପେଟ୍ରୋଲର ଦର ୭.୬୦ ପଇସା ବଢ଼ିଥିବା ବେଳେ ଡିଜେଲ ୮.୨୮ ଟଙ୍କା ମହଙ୍ଗା ହୋଇଛି।

ଦୀର୍ଘ ୮୨ ଦିନ ଧରି ତୈଳ ଦର ବଢ଼ି ନଥିଲା। କିନ୍ତୁ ଜୁନ୍ ୭ରୁ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି।

କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୦.୬୨ ଟଙ୍କା ଓ ଡିଜେଲ ୭୩.୦୭ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ଆଜିର ନୂଆ ଦର ପରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୮୫ ଟଙ୍କା ପାର କରିଛି। ମୁମ୍ବାଇରେ ଏବେ ପେଟ୍ରୋଲର ଲିଟର ପିଛା ଦର ୮୫.୭୦ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦର ୭୬.୧୧ ଟଙ୍କା ରହିଛି।



from Odisha Reporter https://ift.tt/3hJal0k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages