ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଲାଇସେନ୍ସ, ଫିଟନେସ୍ ଓ ଆରସିର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଫେବୃଆରୀ ୧ ତାରିଖରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାଏମ ରହିବ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏହି ନିର୍ଦ୍ଦେଶନାମା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏଁ ବୈଧ ଥିବା ଲର୍ଣ୍ଣିଂ ଲାଇସେନ୍ସର ଅବଧୀ ସେପ୍ଟେମ୍ବେର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ମାଲ୍ ପରିବହନ, ଘରୋଇ ଗାଡ଼ି, ଶିକ୍ଷାନୁଷ୍ଠାନରେ ଲାଗିଥିବା ଗାଡ଼ିର ପରମିଟ୍ ମଧ୍ୟ ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କରୋନା କଟକଣା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି।
from Odisha Reporter https://ift.tt/2BkYLrJ
No comments:
Post a Comment