ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ‘ସ୍ପାଇସ-୨୦୦୦’ ବୋମା। ଗତବର୍ଷ ପାକିସ୍ତାନର ବାଲାକୋଟରେ ବାୟୁସେନା କରିଥିବା ଏୟାର ଷ୍ଚ୍ରାଇକରେ ଏହି ସ୍ପାଇସ-୨୦୦୦ ବୋମା ବ୍ୟବହାର କରିଥିଲା ଭାରତ। ଚୀନ୍ ସହିତ ସୀମା ବିବାଦ ଏବଂ ଯୁଦ୍ଧ ପରିସ୍ଥିତି ନେଇ ଆଶଙ୍କା କରାଯାଉଥିବା ବେଳେ ଭାରତ ଏହି ବୋମା ଇସ୍ରାଏଲ ପାଖରୁ କିଣିବ ବୋଲି ଜଣାପଡ଼ିଛି। ନିଜର ସାମର୍ଥ୍ୟକୁ ମଜବୁତ କରିବା ପାଇଁ ଭାରତ ଅଧିକ ସଂଖ୍ୟକ ସ୍ପାଇସ୍ -୨୦୦୦ ବୋମା କିଣିବାକୁ ଯୋଜନା କରୁଛି।
ସ୍ପାଇସ୍ -୨୦୦୦ ବୋମା ୭୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ବଡ଼ ବଡ଼ ସେଲଟର ବା କ୍ୟାମ୍ପକୁ ମଧ୍ୟ ଏହି ବୋମା ନଷ୍ଟ କରିପାରିବାର କ୍ଷମତା ରଖିଛି। ଭାରତୀୟ ବାୟୁସେନା ପାଖରେ ସ୍ପାଇସ୍ -୨୦୦୦ ବୋମା ମହଜୁଜ ରହିଛି। ହେଲେ ଚୀନ ସହିତ ବିବାଦ ବଢ଼ୁଥିବା ଦେଖି ଇସ୍ରାଏଲ ଦ୍ୱାରା ନିର୍ମିତ ଏହି ବୋମାକୁ ଆହୁରି କିଣିବ ଭାରତ।
ସୂଚନାଯୋଗ୍ୟ, ନିକଟରେ ସରକାର ସେନାକୁ ଜରୁରୀ କାଳୀନ ସ୍ଥିତିରେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ର ଶସ୍ତ୍ର କିଣିବାକୁ ଅନୁମତି ଦେଇଛନ୍ତି।
The post ବାୟୁସେନା କିଣିବ ‘ସ୍ପାଇସ-୨୦୦୦’ ବୋମା appeared first on Odisha Reporter.
from Odisha Reporter https://ift.tt/2VAKluF
No comments:
Post a Comment