ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାସ୍ତାରେ ଏକା ଯାଉଥିବା ମହିଳାଙ୍କ ସୁନା ଚେନ୍ ଓ କାନ ଫୁଲ ଝାମ୍ପି ଧରା ପଡ଼ିଛନ୍ତି ୩ ଦୁର୍ବୃତ୍ତ। ଗ୍ରାମବାସୀ କାବୁ କରି ସେମାନଙ୍କୁ ନିର୍ଧୂମ ଛେଚିବା ସହ ପୁଲିସ୍ ଜିମା ଦେଇଛନ୍ତି। ଏପରି ଘଟଣା ଜୟପାଟଣା ଥାନା ଟୋଟାପଡା ଗାଁରେ ଘଟିଛି।
ମହିଳାଜଣକ ଜୟପାଟଣା ଡେଲି ମାର୍କେଟରୁ ପନିପରିବା ବିକି ଘରକୁ ଏକୁଟିଆ ଫେରୁଥିଲେ। ଏହା ଦେଖି ୩ ଦୁର୍ବୃତ୍ତ ବାଇକ୍ରେ ମହିଳାଙ୍କ ପିଛା କରିଥିଲେ। ଟୋଟାପଡାଠାରେ ସେମାନେ ସୁନା ଚେନ୍ ଲୁଟ୍ କରି ଚମ୍ପଟ୍ ମାରିବାରୁ ମହିଳାଜଣକ ଚିତ୍କାର କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ନିକଟରେ ଚାଷ କରୁଥିବା ଗ୍ରାମବାସୀ ପହଞ୍ଚି ସେମାନଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ପୁଲିସ୍ ଜିମା ଦେଇଥିଲେ l ପୋଲିସ ସେମାନଙ୍କୁ ଗିରଫ କରିଛି l
The post ଝାମ୍ପୁଥିଲେ ସୁନା ଚେନ୍, ଖାଇଲେ ନିର୍ଧୂମ ଛେଚା appeared first on Odisha Reporter.
from Odisha Reporter https://ift.tt/38f7Pe1
No comments:
Post a Comment