‘ମହିଳା ଏବଂ ଶିଶୁଙ୍କ ବିରୋଧରେ ବଢ଼ୁଥିବା ଅପରାଧ ପାଇଁ ଆମାଜନ ଭଳି ଓଟିଟି ଦାୟୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

‘ମହିଳା ଏବଂ ଶିଶୁଙ୍କ ବିରୋଧରେ ବଢ଼ୁଥିବା ଅପରାଧ ପାଇଁ ଆମାଜନ ଭଳି ଓଟିଟି ଦାୟୀ’

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭଳି ଓଟିଟି (ଓଭର ଦି ଟପ୍) ଷ୍ଟ୍ରିମିଂ ଆପ୍ସ ପାଇଁ ସେନସର ଲାଗୁ କରିବାକୁ ନିବେଦନ କରିଛନ୍ତି। ମହିଳା ଏବଂ ଶିଶୁଙ୍କ ଉପରେ ବଢ଼ୁଥିବା ହିଂସା ପାଇଁ ଏହି ଆପ୍ସକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଏଥିପାଇଁ ୧୯୫୨ ସିନେମାଟୋଗ୍ରାଫ୍ ନିୟମର ସଂଶୋଧନ କରିବା ଦରକାର ବୋଲି ନୀତୀଶ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଆଇନ୍ ଚଳଚ୍ଚିତ୍ରର “ସର୍ବସାଧାରଣ ପ୍ରଦର୍ଶନୀ” କୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିନାହିଁ କିମ୍ବା ବ୍ୟକ୍ତିଗତ ଦର୍ଶନ ପାଇଁ ପ୍ରମାଣପତ୍ର ଆବଶ୍ୟକ କି ନୁହେଁ ତାହା ମଧ୍ୟ ଉଲ୍ଲେଖ କରିନାହିଁ।

ଅନେକ ସଂସ୍ଥା ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟ ରଖି ଆମାଜନ ପ୍ରାଇମ୍ ଭଳି ଆପ୍ସ ତିଆରି କରୁଛନ୍ତି। ଏହି ଆପ୍ସରେ ଅନେକ କଣ୍ଟେଟ (ଆଲବମ୍, ସିନେମା, ଡକ୍ୟୁମେଣ୍ଟାରୀ) ପ୍ରସାରିତ ହେଉଛି। ଯେଉଁ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ଏହି ଆପ୍ସ ପାଇଁ ତିଆରି ହୋଇଛି। ଅଧିକାଂଶ କଣ୍ଟେଣ୍ଟ ଆପତ୍ତିଜନକ ରହିଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବ ସମାଜ ଉପରେ ପଡ଼ୁଛି। ଡିଟିଏଚ ବା କେବୁଲ ଟିଭିର ମାସିକ ଦେୟ ତୁଳନାରେ ଏହି ଓଟିଟି ଆପ୍ସର ସବସ୍କ୍ରିପସନ ଦେୟ କମ୍ ରହୁଛି। ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଏବେ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ତେଣୁ ଏହିସବୁ ଓଟିଟି ଆପ୍ସକୁ ଅନେକ ଡାଉନଲୋଡ କରୁଛନ୍ତି। ଆପ୍ସରେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରତି ଲୋକମାନେ ଅଧିକ ରୁଚି ରଖୁଛନ୍ତି। ତେଣୁ ସରକାର ଏହି ଓଟିଟି ଆପ୍ସରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟର ଗୁଣବତ୍ତା ଏବଂ ସମସ୍ତ ଦିଗ ଉପରେ ନଜର ରଖିବା ପାଇଁ ସେନସରସିପ ତିଆରି କରିବା ଦରକାର ବୋଲି ନୀତୀଶ କହିଛନ୍ତି।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ନେଟଫ୍ଲିକ୍ସ ଏବଂ ହଟଷ୍ଟାର, ଦୁଇ ଅଗ୍ରଣୀ ଓଟିଟି ଆପ୍ସ ପୂର୍ବରୁ ଏକ ନିୟମ (ଗତ ବର୍ଷ ଜାନୁଆରୀରେ) ସ୍ୱାକ୍ଷରିତ କରିସାରିଛନ୍ତି, କିନ୍ତୁ ଆମାଜନ ପ୍ରାଇମ ଏଯାବତ କରିନାହିଁ। ଗତବର୍ଷ ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଦାଖଲ ହେବା ପରେ ଓଟିଟି ଆପ୍ସ ଏହି ପଦକ୍ଷେପ ନେଇଥିଲା। ଏହି ପ୍ଲାଟଫର୍ମ ଗୁଡିକରେ କିଛି କଣ୍ଟେଣ୍ଟ ରହିଛି ଯାହା ଅଶ୍ଳୀଳ କିମ୍ବା ଧାର୍ମିକ ଭାବନାକୁ ଅପମାନଜନକ ପହଞ୍ଚାଉଛି।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ୱରରେ ମଧ୍ୟ ନୀତୀଶ କୁମାର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଅନଲାଇନ୍ ପର୍ଣ୍ଣ ବା ଆଡଲ୍ଟ ସାଇଟକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ।



from Odisha Reporter https://ift.tt/3hOnAwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages