କକାଙ୍କୁ କୂଅକୁ ଠେଲିଦେଲେ ଦୁଇ ପୁତୁରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କକାଙ୍କୁ କୂଅକୁ ଠେଲିଦେଲେ ଦୁଇ ପୁତୁରା!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ରକ୍ତ ସମ୍ପର୍କ ପୁଣି ଏତେ କ୍ରୁର ହୋଇପାରେ! ଜମିଜମା ବିବାଦକୁ ନେଇ କକାଙ୍କୁ କୂଅ ଭିତରକୁ ଠେଲିଦେଲେ ଦୁଇ ପୁତୁରା। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ଥାନା ସାନଗମଡା ଗାଁରେ ଘଟିଛି।

ବଙ୍ଗମୁଣ୍ଡା ଥାନା ସାନଗମଡା ଗାଁରେ କୁମ୍ଭାର ପରିବାର ଭିତରେ ଜମିଜମା ବିବାଦ ଲାଗି ରହିଥିଲା। ଆଜି ସକାଳେ ମୁକୁନ୍ଦ କୁମ୍ଭାରଙ୍କ ମୂଲିଆ ହଳ କରିବା ପାଇଁ ଯାଇଥିଲେ। ଯାହାକୁ ତାଙ୍କ ବଡ଼ ସୁବାସ ଓ ପୁଅମାନେ ବିରୋଧ କରିଥିଲେ। ଯେଉଁଥିପାଇଁ ମୂଲିଆ ହଳ ନକରି ଘରକୁ ଫେରି ଆସିଥିଲେ।

ଏ ସମ୍ପର୍କରେ ମୁକୁନ୍ଦ ଜାଣିପାରି ସୁବାସଙ୍କ ଘରକୁ ଯାଇଥିଲେ। ସେଠାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁବାସଙ୍କ ଦୁଇ ପୁଅ ମୁକୁନ୍ଦଙ୍କୁ ଘର ପାଖରେ ଥିବା ଶୁଖିଲା କୂଳ ଭିତରକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ମୁକୁନ୍ଦଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ମୁକୁନ୍ଦଙ୍କୁ ତାଙ୍କୁ ପୁଅ ଓ ସାହି ପଡ଼ିଶା କୂଅରୁ ଉଦ୍ଧାର କରି ବଙ୍ଗମୁଣ୍ଡା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଣ୍ଟାବାଞ୍ଜି, ପରେ ବଲାଙ୍ଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ଥିବା ତାଙ୍କ ପୁଅ ହିମାଂଶୁ କହିଛନ୍ତି।

ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।



from Odisha Reporter https://ift.tt/3f1ryA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages