ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ହୋଇଗଲାଣି। ଏହା ମଧ୍ୟରେ କିଛି ବଲିଉଡ୍ କଳାକାର ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିବା ବେଳେ ଅଭିନେତ୍ରୀ ଭୂମି ପେଡନେକର ତାଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବାକୁ ଚିନ୍ତା କରିଛନ୍ତି। ସେ ୫୫୦ ପରିବାରକୁ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଇନ୍ଷ୍ଟାଗ୍ରାମରେ ଭୂମି ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଏକ ନିମନ୍ତ୍ରଣ ପତ୍ର ଶେଆର କରିଛନ୍ତି, ଯେଉଁଥିରେ ଲେଖା ହୋଇଛି- ମୁଁ ମୋର ବନ୍ଧୁ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ‘ଏକ ସାଥ୍ ଫାଉଣ୍ଡେସନ୍’ ଜରିଆରେ ୫୫୦ଟି ପରିବାରକୁ ଖାଇବାକୁ ଦେବାର ନିଷ୍ପତ୍ତି ନେଇଛି। ଗରିବ ଲୋକ, ଯେଉଁମାନଙ୍କୁ ଏବେ ଖାଦ୍ୟର ନିହାତି ଆବଶ୍ୟକତା ରହିଛି, ସେମାନେ ଏଥିରେ ଯୋଗ ଦେଇପାରିବେ।
ଭୂମିଙ୍କର ଏହି ପୋଷ୍ଟରେ ସୁଶାନ୍ତଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇଛନ୍ତି। ଭୂମିଙ୍କ ପ୍ରତି ସେମାନଙ୍କର ସମ୍ମାନ ବଢ଼ିଯାଇଛି ବୋଲି ଅନେକ ଲେଖିଛନ୍ତି। ସେହିପରି ଆଉ କିଛି କହିଛନ୍ତି ଯେ ସୁଶାନ୍ତଙ୍କୁ କେବେ ବି ଭୁଲି ହେବ ନାହିଁ।
ସୂଚନାଯୋଗ୍ୟ, ଭୂମି ଓ ସୁଶାନ୍ତଙ୍କୁ ଫିଲ୍ମ ‘ସୋନଚିଡ଼ିୟା’ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମଟି ଗତ ବର୍ଷ ରିଲିଜ୍ ହୋଇଥିଲା। ଏଥିରେ ସେମାନଙ୍କ ସହିତ ମନୋଜ ବାଜପେୟୀ, ରଣବୀର ଶୋରେ ଓ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଥିଲେ।
The post ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି appeared first on Odisha Reporter.
from Odisha Reporter https://ift.tt/2YLIUeV
No comments:
Post a Comment