ଭିଡିଓ ରେକର୍ଡିଂ ଦେଖି ପଢ଼ିବେ ପିଲା; କାଲିଠୁ ତାଲିମ ନେବେ ଅଧ୍ୟାପକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

ଭିଡିଓ ରେକର୍ଡିଂ ଦେଖି ପଢ଼ିବେ ପିଲା; କାଲିଠୁ ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ  ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ସେମାନଙ୍କ ପାଠପଢ଼ାକୁ ଟ୍ରାକ୍‌ ଉପରକୁ ଆଣିବାକୁ  ପ୍ରସ୍ତୁତି ଆରମ୍ଭ କରିଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବ୍ୟାଘାତ ନ ହୁଏ ସେଥି ନିମନ୍ତେ ଭିଡିଓ ରେକର୍ଡିଂ ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି। ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ଓ ଗଣିତର ଭିଡିଓ ରେକର୍ଡିଂ ହେବ। ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ଓ ବିଜନେସ୍ ମ୍ୟାଥମେଟିକ୍ସର ମଧ୍ୟ ଭିଡିଓ ହେବ। ଶିକ୍ଷକଙ୍କ ଦ୍ୱାରା ଏସବୁ ବିଷୟର  ଭିଡିଓ ରେକର୍ଡିଂ ହେବ। ଭିଡିଓ ରେକର୍ଡିଂ ପରେ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ କରାଯିବ।

ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଶିକ୍ଷକଙ୍କୁ ନେଇ ଭିଡିଓ ସୁଟିଂ ହେବ। ଭିଡିଓ ସୁଟିଂ ପୂର୍ବରୁ ଅଧ୍ୟାପକଙ୍କୁ କାଲିଠୁ ଦୁଇଦିନିଆ ତାଲିମ୍ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ଏନେଇ ସୂଚନା ଦେଇଛନ୍ତି।

The post ଭିଡିଓ ରେକର୍ଡିଂ ଦେଖି ପଢ଼ିବେ ପିଲା; କାଲିଠୁ ତାଲିମ ନେବେ ଅଧ୍ୟାପକ appeared first on Odisha Reporter.



from Odisha Reporter https://ift.tt/2BpThMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages