ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୬୦୬ ସୁସ୍ଥ ହୋଇସାରିଥିବା ବେଳେ ୧୯୮୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୭ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି। ତେବେ କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ଘଟି ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

ନୁତନ ଭାବେ ଚିହ୍ନଟ ଏହି ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୦ଟି ଲୋକାଲ୍ କଣ୍ଟାକ୍ଟ। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସବୁଠୁ ଅଧିକ ୭୬ ଜଣ ଥିବା ବେଳେ ଖୋର୍ଦ୍ଧାର ୧୫, ଝାରସୁଗୁଡ଼ାର ୧୮, କୋରାପୁଟର ୧, ଯାଜପୁରର ୪୧ ଓ କେନ୍ଦୁଝରର ୨୫ ଜଣ ଅଛନ୍ତି।

ମାଲକାନଗିରିରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, କନ୍ଧମାଳରୁ ଜଣେ, ବରଗଡ଼ରୁ ୧୮, ନୂଆପଡ଼ାରୁ ଜଣେ, ବାଲେଶ୍ୱରରୁ ୧୨, କଟକରୁ ୧୨, ଅନୁଗୋଳରୁ ୪, ଜଗତସିଂହପୁରରୁ ୪, ନୟାଗଡ଼ରୁ ୨, ଗଜପତିରୁ ଜଣେ, ପୁରୀରୁ ୭, ସୁନ୍ଦରଗଡ଼ ୪, ମୟୂରଭଞ୍ଜରୁ ୧୫, କଳାହାଣ୍ଡିରୁ ଜଣେ, ସମ୍ବଲପୁରରୁ ଜଣେ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ appeared first on Odisha Reporter.



from Odisha Reporter https://ift.tt/2B7Xp3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages