ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ପୂର୍ବରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ୨ ଜଣ ଆଖି ବୁଜିଛନ୍ତି। ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।
ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। କେବଳ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ୧୦ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇସାରିଥିବା ବେଳେ ଏବେ ଏହି ସଂଖ୍ୟା ୧୨ରେ ପହଞ୍ଚିଲାଣି।
ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ସର୍ବାଧିକ ୧୨୭୧ ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୮୯୨ ସୁସ୍ଥ ହୋଇ ସାରିଥିବା ବେଳେ ୩୬୯ ଜଣ ଚିକିତ୍ସିତ ହେଉଛନ୍ତି।
The post କରୋନାରେ ଆଖି ବୁଜିଲେ ଆଉ ୨ ଜଣ appeared first on Odisha Reporter.
from Odisha Reporter https://ift.tt/2BNChj8
No comments:
Post a Comment