ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଶିକାର ହେଲେ କୋଲକାତା ଫେରନ୍ତା ଏନଡିଆରଏଫ୍ ଯବାନ । ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତ କୋଲକାତା ସହରକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ଓଡ଼ିଶାରୁ ଯାଇଥିବା ଏନଡିଆରଏଫ୍ ଟିମ୍ର ଜଣେ ଯବାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓଡ଼ିଶାରୁ ଏନଡିଆରଏଫର ୮ଟି ୟୁନିଟ୍ କୋଲକାତା ଯାଇଥିଲା । ସେଠାରୁ ଫେରିବା ପରେ ସମସ୍ତ ଯବାନ ଓ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ କଟକ ଏସିବିରେ ଭର୍ତ୍ତି କରାଯିବା ସହ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଜଣକର ରିପୋର୍ଟ ପଜିଟିଭ୍ ଆସିଛି।
ଅପରପକ୍ଷେ, ପଶ୍ଚିମବଙ୍ଗ ଯାଇଥିବା ଏନ୍ଡିଆରଏଫ୍ ଟିମ୍, ODRAF ଏବଂ ଅଗ୍ନିଶମ ବିଭାଗ ଟିମ୍ର ସମସ୍ତ ସଦସ୍ୟ ସମସ୍ତ ନିୟମ ପାଳନ କରି କୋଭିଡ୍ ଗାଇଡଲାଇନ୍ ମୁତାବକ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।
from Odisha Reporter https://ift.tt/30kPpq2
No comments:
Post a Comment