ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ କବିତା କୌଶିକଙ୍କୁ କିଏ ଅବା ନ ଜାଣେ। ଧାରାବାହିକ ‘ଏଫ୍ଆଇଆର୍’ରୁ ସେ ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ବେଶ୍ ଲମ୍ବା ସମୟ ହେବ ଛୋଟ ପରଦାରୁ ଦୂରେଇ ରହିଥିଲେ ହେଁ, ସୋଶାଲ୍ ମିଡିଆରେ ବେଶ୍ ଆକ୍ଟିଭ ରହନ୍ତି ଓ ତାଙ୍କ ଫ୍ୟାନ୍ମାନଙ୍କ ସହିତ ଯୋଡ଼ି ହୁଅନ୍ତି। ଅନେକ ସମୟରେ ତାଙ୍କର ଫଟୋ ଗୁଡ଼ିକ ଭାଇରାଲ ମଧ୍ୟ ହୋଇଥାଏ। ସୋଶାଲ୍ ମିଡିଆରେ ସେ ନିଜର ଅନେକ ଫଟୋ ପୋଷ୍ଟ କରୁଥିବା ବେଳେ ଏବେ ଏକ ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ଫିଟ୍ନେସ୍କୁ ସର୍ବଦା ଗୁରୁତ୍ୱ ଦେଉଥିବା କବିତା ଏବେ ଲକ୍ଡାଉନ୍ ସମୟରେ ଯୋଗାସନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ଚକ୍ରାସନ କରୁଥିବା ଦେଖିବାକୁ ମିଳିଛି। ଏହି ଆସନକୁ କରିବା ଏତେ ସହଜ ନୁହେଁ। ଏଥିପାଇଁ ଅଭ୍ୟାସ ଆବଶ୍ୟକ। କବିତା ଏହି ଆସନଟି କରିଥିବାରୁ ତାଙ୍କୁ ଫ୍ୟାନ୍ମାନେ ପ୍ରଶଂସା କରୁଛନ୍ତି।
ସୂଚନାଯୋଗ୍ୟ, ଲକ୍ଡାଉନ୍ ସମୟରେ କବିତାଙ୍କ ଏକ ଫିଲ୍ମ ‘ଡୁ ନଟ୍ ଡ୍ରିମ୍’ ରିଲିଜ୍ ହୋଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିନବ ଶୁକ୍ଳା। ଏହାର ଏଡିଟିଂରୁ ଆରମ୍ଭ କରି ପ୍ରଡକ୍ସନ କାମ ବୁଝିଥିଲେ ତାଙ୍କ ସ୍ୱାମୀ ରୋନିତ। ଏହା ଏକ ହରର ଫିଲ୍ମ। ଏହା ମାତ୍ର ୧୩ ମିନିଟ୍ର। ଫିଲ୍ମଟିର ପୂରା ଶୁଟିଂ କବିତାଙ୍କ ଘରେ ହୋଇଥିଲା।
from Odisha Reporter https://ift.tt/2z954xN
No comments:
Post a Comment