ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆରବିଆନ ଯବାନଙ୍କ ମୃତଦେହ  ଉଦ୍ଧାର ହୋଇଛି। ମୃତ ଯବାନଙ୍କ ନାମ ବିଶ୍ଵଜିତ ମଙ୍ଗରାଜ ଓ ତାଙ୍କ ଘର ଗୋଳାମୁଣ୍ଡାରେ ବୋଲି ଜଣାପଡିଛି।

ବିଶ୍ଵଜିତ ଜାରିଂସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ସେ ଗତକାଲି ଛୁଟି ନେଇ ନିଜ ଗାଁ ଗୋଲାମୁଣ୍ଡାକୁ ସନ୍ଧ୍ୟାରେ ଫେରୁଥିବା ସମୟରେ ଏକ ପୋଲ ତଳେ ପଡିଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଜୁନାଗଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ କିପରି ଯବାନଙ୍କ ମୃତ୍ୟୁ ହେଲା, ଏହା ଦୁର୍ଘଟଣା ନା ଅନ୍ୟ କିଛି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

The post ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2YAf7pu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages