ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଖି ପିଛୁଳାକେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି। ଏପରି ପରାମର୍ଶ ଖୋଦ ଗଞ୍ଜାମ ଜିଲ୍ଲାପାଳ ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଲୋକ ସହର ଆସନ୍ତୁ ନାହିଁ। ନିହାତି ଆବଶ୍ୟକ ନ ପଡ଼ିଲେ ୫ ଦିନ ପାଇଁ ସହରକୁ ନ ଆସିବା ନିମନ୍ତେ ଜିଲ୍ଲାପାଳ ବାରଣ କରିଛନ୍ତି। ଏଥିସହ ସେ କହିଛନ୍ତି, ଲୋକମାନେ ଜନଗହଳିଠାରୁ ଦୂରେଇ ରୁହନ୍ତୁ, ଦୁଇ ମିଟର ଦୂରତା ବଜାୟ ରଖନ୍ତୁ। ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ବାରମ୍ବାର ହାତ ଧୁଅନ୍ତୁ।
ବ୍ରହ୍ମପୁରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ ଦିନ ପାଇଁ ଶଟ୍ଡାଉନ କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ସହ କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାର ଯାଞ୍ଚ କରାଯିବ। ଏଥିପାଇଁ ୭୦ଟି ହେଲ୍ଥ ଟିମ୍ ନିୟୋଜିତ ହେବେ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୩୧୮ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିଛି।
The post କରୋନା କଟକଣା: ଗ୍ରାମାଞ୍ଚଳ ଲୋକଙ୍କୁ ସହର ମନା appeared first on Odisha Reporter.
from Odisha Reporter https://ift.tt/2ZcMxcN
No comments:
Post a Comment