କୋଲକାତା: ଜଣେ ୩୦ ବର୍ଷୀୟା ମହିଳାଙ୍କ ତଳି ପେଟରେ ଦରଜ ହେଲା। ଏଣୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ପରୀକ୍ଷା ପରେ ଯେଉଁ ରିପୋର୍ଟ ଆସିଲା, ତାହା ଜାଣିବା ପରେ ତାଙ୍କ ହୋସ୍ ଉଡ଼ିଯାଇଥିଲା। କାରଣ ରିପୋର୍ଟରେ କୁହାଯାଇଥିଲା ଯେ ସେ ବାସ୍ତବରେ ଜଣେ ପୁରୁଷ। ଆଉ ତାଙ୍କ ଅଣ୍ଡକୋଷରେ କ୍ୟାନ୍ସର୍ ହୋଇଛି।
ଘଟଣାଟି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର। ସେ ବାହା ହୋଇଛନ୍ତି। ତାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ଗତ କିଛି ମାସ ହେବ ତାଙ୍କ ତଳି ପେଟରେ ବହୁତ ଜୋରରେ ଯନ୍ତ୍ରଣା ହେଉଥିଲା। ତେଣୁ ସେ ବୀରଭୂମ ସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷ କ୍ୟାନସର ହସ୍ପିଟାଲ୍କୁ ଯାଇଥିଲେ। ଡାକ୍ତର ଅନୁପମ ଦତ୍ତ ଓ ସୌମେନ ଦାସ ତାଙ୍କର ସମସ୍ତ ମେଡିକାଲ୍ ପରୀକ୍ଷା କରିଥିଲେ ଓ ସେ ଜଣେ ପୁରୁଷ ବୋଲି ଜାଣିବାକୁ ପାଇଥିଲେ। ତା’ସହିତ ତାଙ୍କୁ କ୍ୟାନ୍ସର୍ ହୋଇଥିବା ଜଣାପଡ଼ିଥିଲା।
ଡାକ୍ତର ଅନୁପମ ଦତ୍ତ କହିଛନ୍ତି, “ବାହାରୁ ଦେଖିବାକୁ ସେ ପୂରାପୂରି ଜଣେ ମହିଳାଙ୍କ ଭଳି। ତାଙ୍କ ସ୍ୱର ମହିଳାଙ୍କ ଭଳି। ମହିଳାଙ୍କ ଭଳି ତାଙ୍କର ସ୍ତନ ବିକଶିତ ହୋଇଛି। ତାଙ୍କର ଯୌନାଙ୍ଗ ମଧ୍ୟ ମହିଳାଙ୍କ ଭଳି। ତେବେ ତାଙ୍କ ଶରୀରେ ଗର୍ଭାଶୟ ଓ ଡିମ୍ବାଶୟ ନାହିଁ। ତାଙ୍କର କେବେ ମାସିକ ଋତୁସ୍ରାବ ମଧ୍ୟ ହୋଇନାହିଁ। ଏହା ଏକ ବହୁତ ବିରଳ ସ୍ଥିତି। ପ୍ରତି ୨୨ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ।”
ଡାକ୍ତର ଦତ୍ତ କହିଛନ୍ତି, ଆମେ ପରୀକ୍ଷା ପରେ ଜାଣିବାକୁ ପାଇଲୁ ଯେ ତାଙ୍କ ଶରୀର ଭିତରେ ତାଙ୍କ ଅଣ୍ଡକୋଷ ରହିଯାଇଛି ଓ ସେଥିରେ କ୍ୟାନ୍ସର୍ ହୋଇଛି। ଏବେ ତାଙ୍କର କେମୋଥେରାପି ଚାଲିଛି ଓ ତାଙ୍କ ଅବସ୍ଥା ଭଲ ଅଛି।
ସେ ଆହୁରି କହିଛନ୍ତି, “ଆମେ ବର୍ତ୍ତମାନ ଉଭୟ ରୋଗୀ ଓ ତାଙ୍କ ସ୍ୱାମୀଙ୍କର କାଉନ୍ସେଲିଂ କରୁଛୁ। ସେମାନେ ଯେମିତି ଢଙ୍ଗରେ ୯ ବର୍ଷ ହେଲାଣି ସାଥୀ ହୋଇ ଜୀବନ କାଟି ଆସିଛନ୍ତି, ଆଗକୁ ବି ସେମିତି ବଞ୍ଚିବାକୁ ଆମେ ସେମାନଙ୍କୁ ପରାମର୍ଶ ଦେଇଛୁ।”
ଏହା ବି ଜଣାପଡ଼ିଛି ଯେ ସେମାନେ ବହୁ ଥର ପିଲାପିଲି ପାଇଁ ଚେଷ୍ଟା କରିଥିଲେ। ତେବେ ବିଫଳ ହୋଇଥିଲେ।
ଏହି ରୋଗୀଙ୍କ ୨୮ ବର୍ଷୀୟା ଭଉଣୀଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଲା ଯେ ସେ ବି ଜଣେ ପୁରୁଷ। ସେ ବି Androgen Insensitivity Syndrome ରେ ପୀଡ଼ିତ। ଏହା ଏମିତି ଏକ ସ୍ଥିତି ଯେଉଁଥିରେ ଜଣେ ବ୍ୟକ୍ତି ପୁରୁଷ ହୋଇ ଜନ୍ମ ହୋଇଥାଏ, କିନ୍ତୁ ତା’ର ଶରୀର ମହିଳାଙ୍କ ଭଳି ବିକଶିତ ହୋଇଥାଏ।
ଡାକ୍ତର ଦତ୍ତଙ୍କ କହିବା ଅନୁଯାୟୀ, ସେମାନଙ୍କର ଦୁଇ ଜଣ ମାଉସୀ ମଧ୍ୟ ଏଭଳି ସ୍ଥିତିରେ ପୀଡ଼ିତ ହୋଇଛନ୍ତି। ଏଣୁ ହୋଇପାରେ ଏହା ସେମାନଙ୍କ ଜିନ୍ରେ ରହିଛି।
The post ଜନ୍ମର ୩୦ ବର୍ଷ ଓ ବାହାଘରର ୯ ବର୍ଷ ପରେ ଜଣାପଡ଼ିଲା ସେ ‘ମହିଳା’ ନୁହନ୍ତି, ଜଣେ ପୁରୁଷ appeared first on Odisha Reporter.
from Odisha Reporter https://ift.tt/3i8sAMQ
No comments:
Post a Comment