ଉଦଳା (ମାନସ ପାଣି): ରୋଷେଇ କରିବାରେ ବିଳମ୍ବ ହେବାରୁ ଜଣେ ମହିଳାଙ୍କୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପଥରଖଣିରେ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ନିନି ଭକ୍ତା। ସ୍ତ୍ରୀକୁ ହତ୍ୟା କରିବା ପରେ ଜୁଲୁ ଭକ୍ତା ଫେରାର ହୋଇଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ରୋଷେଇ ବିଳମ୍ବ ହେବା ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଜୁଲୁ ରାଗି ଯାଇ ଏକ କାଠ ଫାଳିଆରେ ନିନିଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା। କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆକୁ ଜବତ କରିଛି। ଅଭିଯୁକ୍ତ ସ୍ୱାମୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।
from Odisha Reporter https://ift.tt/3hrhwdA
No comments:
Post a Comment