ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ପ୍ରାୟ ୧୬ ହଜାର ପଜିଟିଭ ଓ ୪୬୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ପ୍ରାୟ ୧୬ ହଜାର ପଜିଟିଭ ଓ ୪୬୫ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ଭାରତରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ୨୪ ଘଣ୍ଟାରେ ପ୍ରାୟ ୧୬ ହଜାର ପଜିଟିଭ କେସ୍‌ ସାମ୍ନାକୁ ଆସିଥିବା ବେଳେ ୪୬୫ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ପଜିଟିଭ କେସ ସାମ୍ନାକୁ ଆସି ନଥିଲା। ହେଲେ ମଙ୍ଗଳବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୫ ହଜାର ମୁହାଁ ହୋଇଛି। ତେବେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୮ ହଜାର ଡେଇଁଥିବାରୁ ଲୋକମାନେ କିଛିଟା ଆଶ୍ୱସ୍ତ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ସମଗ୍ର ଦେଶରେ ୧୫,୯୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୬,୧୮୩କୁ ବୃଦ୍ଧି ପାଇଛି। ସେହିପରି ୪୬୫ ଜଣଙ୍କ ମୃତ୍ୟୁ ଘଟିଥିବାରୁ ମୃତ୍ୟୁସଂଖ୍ୟା ୧୪,୪୭୬ରେ ପହଞ୍ଚି ଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୨, ୫୮,୬୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୮୩,୦୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟାରେ ୨,୧୫,୧୯୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଦେଶରେ ଏଯାଏ ୭୩,୫୨,୯୧୧ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ର ଠାରୁ ଦିଲ୍ଲୀ ସ୍ଥିତି ଏବେ ଅଧିକ ବେକାବୁ ହୋଇଛି। ମଙ୍ଗଳବାର ମହାରାଷ୍ଟ୍ର ତୁଳନାରେ ଦିଲ୍ଲୀରେ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ଦିଲ୍ଲୀରେ ୩୯୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩ହଜାର ୨ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୦୧୦ ଥିବା ବେଳେ ୬୫୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ୬୯,୬୩୧ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟରେ ୬୬,୬୦୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୧ ଜଣଙ୍କ ମୃତ୍ୟୁ ଘଟିଛି। ୩୯,୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୯୮୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତାମିଲନାଡୁ ସ୍ଥିତି ମଧ୍ୟ ଜଟିଳ ରହିଛି। ଏଠାରେ ୬୪,୬୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫,୩୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାବାଦ ପଶ୍ଚିମବଙ୍ଗରେ ୫୮୦, ଉତ୍ତର ପ୍ରଦେଶରେ ୫୮୮, ତ୍ରିପୁରାରେ ୧, ତେଲେଙ୍ଗାନାରେ ୨୨୦, ରାଜସ୍ଥାନରେ ୩୬୫, ପଞ୍ଜାବରେ ୧୦୫, ପୁଡୁଚେରୀରେ ୯, ଓଡ଼ିଶାରେ ୧୭, ମେଘାଳୟରେ ୧, ମଧ୍ୟପ୍ରଦେଶରେ ୫୨୫, ଲଦାଖରେ ୧, କେରଳରେ ୨୨, କର୍ଣ୍ଣାଟକାରେ ୧୫୦, ଝାରଖଣ୍ଡରେ ୧୧, ଜମ୍ମୁ-କଶ୍ମୀରରେ ୮୭, ହିମାଚଳ ପ୍ରଦେଶରେ ୮, ହରିଆଣାରେ ୧୭୮, ଗୁଜରାଟରେ ୧୭୧୦, ଗୋଆରେ ୧, ଛତିଶଗଡ଼ରେ ୧୨, ଚଣ୍ଡିଗଡ଼ରେ ୬, ବିହାରରେ ୫୬, ଆସାମରେ ୯ ଓ ଆନ୍ଧ୍ର ପ୍ରଦେଶରେ ୧୧୯ ଜଣଙ୍କ ଜୀବନ ନେଇଛି କରୋନା।

The post ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ପ୍ରାୟ ୧୬ ହଜାର ପଜିଟିଭ ଓ ୪୬୫ ମୃତ appeared first on Odisha Reporter.



from Odisha Reporter https://ift.tt/3fN0MLW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages