୭୬ଟି ନୂଆ କେସ୍‌; ଗଞ୍ଜାମରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

୭୬ଟି ନୂଆ କେସ୍‌; ଗଞ୍ଜାମରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  ଗଞ୍ଜାମ ଜିଲ୍ଲାରେ ପୁଣି ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଛି। ପୂର୍ବରୁ ଏହି ସଂଖ୍ୟା ୯୫୫ ଥିବା ବେଳେ ଏବେ ଏହା ୧୦୩୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

୭୬ ଜଣଙ୍କ ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ଅପରପକ୍ଷେ ଏହି ୭୬ ଜଣଙ୍କ ମଧ୍ୟରୁ ୬ଜଣଙ୍କର  ଟ୍ରାଭେଲ ହିଷ୍ଟ୍ରି ରହିଛି।  ୫୬ ଜଣ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଥିବା ବେଳେ ଏବେ ଏହି ସଂଖ୍ୟା  ୧୦୩୧ରେ ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ ୬୮୦ ଜଣ ଆରୋଗ୍ୟ  ହୋଇ ଘରକୁ ଫେରିଲେଣି।  ୩୪୩ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ ଜିଲ୍ଲାରେ ୮ ଜଣ ଆଖି ବୁଜି ସାରିଲେଣି।

ଜିଲ୍ଲାରେ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ କରୋନା ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ଫଳରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ଜିଲ୍ଲାପାଳ ବନ୍ଦ କରି ଦେଇଛନ୍ତି।

The post ୭୬ଟି ନୂଆ କେସ୍‌; ଗଞ୍ଜାମରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fVIRTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages