ଆମେରିକା ସହିତ ବଢ଼ୁଥିବା ସମ୍ପର୍କକୁ ଦେଖି ଭାରତକୁ ଧମକ ଦେଲା ଚୀନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଆମେରିକା ସହିତ ବଢ଼ୁଥିବା ସମ୍ପର୍କକୁ ଦେଖି ଭାରତକୁ ଧମକ ଦେଲା ଚୀନ୍

ବେଜିଂ: କରୋନା ମହାମାରୀ ପରେ ବିଶ୍ୱରେ ଭାରତର ପତିଆରା ବଢ଼ୁଥିବା ଦେଖି ବିଚଳିତ ହୋଇଯାଇଛି ବେଜିଂ। ଜି-୭ ବୈଠକରେ ଆମେରିକା ରାଷ୍ଟ୍ରପତି ଭାରତକୁ ସାମିଲ୍ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ବିଚଳିତ ହୋଇଛି ଚୀନ୍। ଚୀନ୍‌ ତା’ର ସରକାରୀ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍ସ’ ଜରିଆରେ ଭାରତକୁ ଚେତାବନୀ ଦେଇଛି। ଆଗାମୀ ଦିନରେ ଚୀନ୍ ବିରୋଧୀ ଗୋଷ୍ଠୀକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

କରୋନା ମହାମାରୀ, ହଂକଂ, ତାଇଓ୍ୱାନ ପ୍ରସଙ୍ଗରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଏହି ସମୟରେ ଆମେରିକା ସହିତ ରହିଲେ ଆଗାମୀ ଦିନରେ ଭାରତକଚ ଲାଭ କମ୍ କ୍ଷତି ଅଧିକ ସହିବାକୁ ହେବ ବୋଲି ‘ଗ୍ଲୋବାଲ୍ ଟାଇମ୍ସ’ ଜରିଆରେ ଚୀନ କହିଛି। କରୋନା ମହାମାରୀ ପାଇଁ ଏବେ ଭାରତରେ ଚୀନ୍ ବିରୋଧୀ ନାରା ତେଜିଛି। ଏହା ଠିକ୍ ନୁହେଁ ବୋଲି ଚୀନ୍ ସରକାର କହିଛନ୍ତି। ଭାରତ ସରକାର ଏହି ନାରାକୁ ସମର୍ଥନ କରିବା ଠିକ୍ ନୁହେଁ। ଆମେରିକାର ପ୍ରିୟଭାଜନ ହେଲେ ଆଗାମୀ ଦିନରେ ଏସିଆ ମହାଦେଶ ଟ୍ରେଡ୍ ବେଳେ ଭାରତ ଅନେକ କ୍ଷତି ସହିବ ବୋଲି ଗ୍ଲୋବାଲ୍ ଟାଇମ୍ସ ଜରିଆରେ ଚୀନ ଧମକ ଦେଇଛି। ତେବେ ଭାରତ ଏବେ ଏହି ପ୍ରସଙ୍ଗରେ କୌଣସି ଜବାବ ରଖିନାହିଁ।

ସୂଚନାଯୋଗ୍ୟ, କରୋନା ମହାମାରୀ ପରେ ଭାରତ ଆମେରିକା ସମେତ ଅନେକ ଦେଶକୁ ଔଷଧ ରପ୍ତାନୀ କରିଛି। ତେଣୁ ଏହି ସବୁ ଦେଶଗୁଡ଼ିକର ପ୍ରିୟଭାଜନ ହୋଇଛି। ସେହିପରି ଅନେକ ଦେଶ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହାପରେ ହଠାତ୍ ଲଦାଖ ସୀମାରେ ଚୀନ୍ ଅଧିକ ସେନା ମୁତୟନ କରି ସୀମା ବିବାଦକୁ ବଢ଼ାଇଛି। ସବୁକିଛି ଠିକ୍‌ଠାକ୍‌ ଅଛି ବୋଲି କୁହାଯାଉଥିଲେ ହେଁ ଦୁଇ ଦେଶ ନିଜ ନିଜର ଲଢ଼ୁଆ ବିମାନକୁ ସୀମାରେ ମୁତୟନ କରିଛନ୍ତି। ଜୁନ୍ ୬ରେ ଦୁଇ ଦେଶର ସରକାରୀ ଅଧିକାରୀଙ୍କ ବୈଠକ ବସିବ।

ସେହିପରି ଜି-୭ ବୈଠକରେ ଆମେରିକା ଭାରତ ସମେତ ୪ଟି ଦେଶକୁ ସାମିଲ୍ କରିବାକୁ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ଜି-୭ ବୈଠକକୁ ବାତିଲ୍ କରି ସେପ୍ଟେମ୍ୱରରେ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ଏହି ବୈଠକରେ ଭାରତ ଓ ଅନ୍ୟାନ୍ୟ ଦେଶକୁ ଆମେରିକା ସାମିଲ୍ କରିବାର ଉଦ୍ଦେଶ୍ୟ ଚୀନକୁ କାଉଣ୍ଟର କରିବା ବୋଲି ହ୍ୱାଇଟ୍ ହାଉସର ମୁଖପାତ୍ର ପୂର୍ବରୁ କହିଛନ୍ତି।



from Odisha Reporter https://ift.tt/36UtyXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages