ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ଲାଇନ୍ରେ ମଦ ବୁକିଂ ବେଳେ ଯୁବକଙ୍କ ଆକାଉଣ୍ଟରୁ କଟିଗଲା ୮୦ ହଜାର ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଏପରି ଠକାମୀର ଶିକାର ହୋଇଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର। ରାଜଧାନୀର କାଦମ୍ବରୀ ମଦ ଦୋକାନରୁ ଅନଲାଇନ୍ରେ ମଦ ବୁକିଂ ପରେ ସମ୍ପୃକ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଛି । ଏହା ବଦଳରେ ବିଶ୍ୱାସ ଜନ୍ମାଇବା ପାଇଁ ଅପର ପାର୍ଶ୍ୱରୁ ଯୁବକଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ଫେରିଥିବା ଜଣାଯାଇଛି। ଏନେଇ ସଂପୃକ୍ତ ଇଞ୍ଜିନିୟର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।
ଯୁବକଙ୍କ ଅଭିଯୋଗ ଅନୁଯାୟୀ, ସୋଶାଲ ମିଡିଆରେ ମଦ ଅନଲାଇନ୍ ବୁକ୍ ପାଇଁ ବିଜ୍ଞାପନ ଦେଖି ପ୍ରଥମେ ମଦ ଅର୍ଡର କରିଥିଲେ। ଏହାପରେ ଅପରପାର୍ଶ୍ୱରୁ ଟଙ୍କା ଡିପୋଜିଟ ପାଇଁ ଏକ ନମ୍ବର ଦିଆଗଲା। ହେଲେ ଦେଢ ଘଣ୍ଟା ପର୍ଯ୍ୟନ୍ତ କିଛି ଯୋଗାଯୋଗ କରା ଗଲାନି। ଏହାପରେ ତାଙ୍କୁ ଏକ ସ୍କାନ୍ କୋଡ ଦିଆଗଲା । ତାହାକୁ ସ୍କାନ କରିବା ପରେ ପ୍ରଥମେ ୧୯ ହଜାର ଟଙ୍କା କଟିଗଲା। ଏହା ଭୁଲରେ କଟିଯାଇଛି ଭାବି ଟଙ୍କା ଫେରାଇବା ପାଇଁ ଆଉ ଏକ ସ୍କାନ କୋଡ ଦିଆଗଲା। ତାହାକୁ ସ୍କାନ୍ କରିବା ପରେ ୨ ଥର ଟଙ୍କା କଟିଗଲା। ଏପରି ସମୁଦାୟ ୭୯, ୯୮୦ ଟଙ୍କା କଟିଯାଇଥିବା ଯୁବକଜଣକ ଅଭିଯୋଗ କରିଛନ୍ତି।
ପୂର୍ବରୁ ମଧ୍ୟ ଅନ୍ଲାଇନ୍ରେ ମଦ କିଣି ପ୍ରାୟ ୩୬ ହଜାର ଟଙ୍କା ଠକାମୀର ଶିକାର ହୋଇଥିଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ। ଅନ୍ଲାଇନ୍ରେ ୯୫୦ ଟଙ୍କାର ମଦ କିଣିବାକୁ ଅର୍ଡର ଦେଇ ଯୁବକଜଣକ ୩୬ ହଜାର ଟଙ୍କା ଠକାମୀର ଶିକାର ହୋଇଥିଲେ।
from Odisha Reporter https://ift.tt/371XRfl
No comments:
Post a Comment