ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଖେଳାଳି ଯୁବରାଜ ସିଂହ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି। ମଜାଦାର ପୋଷ୍ଟ କରି ସେ ଫ୍ୟାନମାନଙ୍କ ମନୋରଞ୍ଜନ କରିବାକୁ ଭଲପାନ୍ତି। ତେବେ ଏଥର ଯୁବରାଜ ଏମିତି କିଛି ଶେୟାର କରିଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ଯୁବରାଜ ଫେସ୍-ଆପ୍ ଜରିଆରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଝିଅ ବନେଇଦେଇଛନ୍ତି। ଅର୍ଥାତ୍ ଆପ୍ ମାଧ୍ୟମରେ ଖେଳାଳିମାନଙ୍କ ଚେହେରାକୁ ଝିଅ ଭଳି ଚେହେରା ଦେଇ ପୋଷ୍ଟ ଶେୟାର କରିଛନ୍ତି। ଯୁବରାଜଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତେବେ ଝିଅ ରୂପରେ ଟିମ୍ ଇଣ୍ଡିଆର ଏହି ଖେଳାଳୀମାନଙ୍କୁ ଆପଣ ପ୍ରଥମ ନଜରରେ ଚିହ୍ନି ପାରିବେ ନାହିଁ। ନଜର ପକାନ୍ତୁ…
ଯୁବରାଜ ଏହି ଫନି ପୋଷ୍ଟ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଏମାନଙ୍କ ମଧ୍ୟରୁ ଆପଣମାନେ ନିଜପାଇଁ ଗାର୍ଲଫ୍ରେଣ୍ଡ ଚୟନ କରିବେ? ମୁଁ କାଲି ରିପ୍ଲାଏ କରିବି।’ ଏନେଇ ୟୁଜର୍ସମାନେ ମଧ୍ୟ ଖୁବ୍ ମଜାଦାର କମେଣ୍ଟ କରିଥିବା ଦେଖିବାକୁ ମିଳିଛି। କେଭିନ୍ ପିଟରସନ, ୟୁଜଓ୍ୱେନ୍ଦ୍ର ଚହଲ, ହରଭଞ୍ଜନ ସିଂହଙ୍କ ଭଳି କ୍ରିକେଟର ମଧ୍ୟ ଯୁବରାଜଙ୍କ ଏହି ପୋଷ୍ଟରେ ମଜାଦାର କମେଣ୍ଟ ଦେଇଛନ୍ତି।
ତେବେ ଅଧିକାଂଶ ଲୋକପ୍ରିୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ଝିଅ ଅବତାରକୁ ବେଶୀ ପସନ୍ଦ କରିଛନ୍ତି। ଏଣୁ ୟୁଜର୍ସ ଭୁବନେଶ୍ୱରଙ୍କ ଝିଅ ଅବତାରକୁ ଭୁବନେଶ୍ୱରୀ ନାଁ ଦେଇଛନ୍ତି।
କେଭିନ୍ ପିଟରସନ ଏହି ପୋଷ୍ଟ ଦେଖି ହସି ହସି ବେଦମ ହୋଇଗଲେ। ସେହିଭଳି ହରଭଜନ ସିଂହ, ୟୁଏଇ ଟିମର ଖେଳାଳୀ ଚିରାଗ ସୁରୀ କହିଛନ୍ତି, ‘ମୋତେ ଲାଗୁଛି, ଏମାନଙ୍କ ମଧ୍ୟରୁ ଭୁବି (ଭୁବନେଶ୍ୱର) ସବୁଠାରୁ ଭଲ ଚଏସ୍।’ ଏଭଳିକି ନିଜେ ଭୁବନେଶ୍ୱର କୁମାର ମଧ୍ୟ ନିଜ ନାଁ ହିଁ ଲେଖିଛନ୍ତି।
The post ଯୁବି କହିଲେ, ଏମାନଙ୍କ ମଧ୍ୟରୁ କିଏ ହେବ ଗର୍ଲଫ୍ରେଣ୍ଡ? appeared first on Odisha Reporter.
from Odisha Reporter https://ift.tt/3esAvT8
No comments:
Post a Comment