ଟ୍ୱିଟର୍‌କୁ ଅଲବିଦା କହିଲେ ସୋନାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଟ୍ୱିଟର୍‌କୁ ଅଲବିଦା କହିଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚମତ୍କାର ଅଭିନୟ ସହ ନିଜର କଡ଼ା ଓ ବେଫିକର୍ ଅନ୍ଦାଜ୍ ପାଇଁ ବେଶ୍ ଜଣାଶୁଣା। ସୋଶାଲ୍ ମିଡିଆରେ ଅନ୍ୟ ସେଲେବ୍ରଟିଙ୍କ ପରି ତାଙ୍କୁ ମଧ୍ୟ ବହୁତ ଟ୍ରେଲ୍ କରାଯାଇଛି। ଆଉ ସେ ବି ସବୁଥର ଏହାର କଡ଼ା ଯବାବ ଦେଇଛନ୍ତି। ନିକଟରେ  ରାମାୟଣକୁ ନେଇ ଏକ ପ୍ରଶ୍ନରେ ନିଜ ଉତ୍ତର ପାଇଁ ତାଙ୍କୁ ବହୁତ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। ହେଲେ ଏବେ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋନାକ୍ଷୀ ଏବେ ଟ୍ୱିଟର୍‌କୁ ଅଲବିଦା କହିଦେଇଛନ୍ତି।

ଟ୍ୱିଟର୍‌ରୁ ବିଦାୟ ନେବା ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ନିଜ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସର୍ବପ୍ରଥମ ପଦକ୍ଷେପ ହେଉଛି ନିଜକୁ ନକାରାତ୍ମକତାରୁ ଦୂରେଇ ରଖିବା। ଆଜିକାଲି ଟ୍ୱିଟର୍ ବି ଏପରି ହିଁ କିଛି ହୋଇଯାଇଛି। ସେଥିପାଇଁ ମୁଁ ମୋ ଆକାଉଣ୍ଟ ଡିଆକ୍ଟିଭେଟ୍ କରୁଛି। ବିଦାୟ। ଶାନ୍ତିରେ ରୁହନ୍ତୁ।’ ଏହାପରେ ସେ ଏକ ଢ଼ଗ ମଧ୍ୟ ଲେଖିଛନ୍ତି, ‘ଆଗ ଲଗେ ବସ୍ତି ମେ, ମେଁ ଅପନେ ମସ୍ତି ମେ।’

ସୂଚନାଯୋଗ୍ୟ, ‘କେବିସି’ରେ ଏକ ଏପିସୋଡ୍‌ରେ ସୋନାକ୍ଷୀ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏଥିରେ ରାମାୟଣକୁ ନେଇ ଏକ ପ୍ରଶ୍ନରେ ନିଜ ଉତ୍ତର ପାଇଁ ତାଙ୍କୁ ବହୁତ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। ଏହାପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପରିବାରବାଦକୁ ନେଇ ମଧ୍ୟ ତାଙ୍କୁ ଲଗାତାର ଟ୍ରୋଲ୍ କରାଯାଉଛି। ତେଣୁ ଏସବୁରୁ ବିବ୍ରତ ହୋଇ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୋନାକ୍ଷୀଙ୍କୁ ଶେଷଥର ପାଇଁ ‘ଦବଙ୍ଗ ୩’ରେ ସଲ୍‌ମାନ୍‌ ଖାନ୍‌ଙ୍କ ସହ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/313IqT8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages