କରୋନା ସଂକ୍ରମଣରେ ପ୍ରାଣ ହାରିଲେ ଜାତୀୟ ସ୍ତରୀୟ ସୁଇମର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

କରୋନା ସଂକ୍ରମଣରେ ପ୍ରାଣ ହାରିଲେ ଜାତୀୟ ସ୍ତରୀୟ ସୁଇମର୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଜାତୀୟ ସ୍ତରୀୟ ସୁଇମର ଆଶୁତୋଷଙ୍କ ମୃତ୍ୟୁ ଘଟିଛି। ଏହାପରେ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଚିକିତ୍ସିତ ଥିବା ବେଳେ ଜୁନ ୧୭ରେ ଆଶୁତୋଷ ପ୍ରାଣ ହରାଇଛନ୍ତି।

ଦିଲ୍ଲୀସ୍ଥିତ ହାର୍ଦିକ ହସ୍ପିଟାଲରେ ଜାତୀୟ ସ୍ତରୀୟ ସୁଇମର ଆଶୁତୋଷଙ୍କ ଚିକିତ୍ସା ଚାଲିଥିଲା। ସେ କରୋନା ସଂକ୍ରମିତ ଥିଲେ। ତେବେ ଚିକିତ୍ସା ସମୟରେ ହିଁ ଜୁନ ୧୭ରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକ କହିଛନ୍ତି, ଆବଶ୍ୟକ ଚିକିତ୍ସା ନ କରାଯିବାରୁ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଆଶୁତୋଷଙ୍କ ମୃତ୍ୟୁ ଘଟିଛି। ସେମାନେ କହିଛନ୍ତି, ଜୁନ ୧୦ରେ ଆଶୁତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ଏହାପରେ ତାଙ୍କୁ ହାର୍ଦିକ ହସ୍ପିଟାଲକୁ ନିଆଯାଇ ଥିଲା। ହସ୍ପିଟାଲରେ ତାଙ୍କର କରୋନା ଟେଷ୍ଟ କରାଗଲା। ତେବେ ପରୀକ୍ଷଣ ପରେ ହସ୍ପିଟାଲରେ ବେଡ୍ ନ ଥିବା କହି କର୍ତ୍ତୃପକ୍ଷ ଆଶୁତୋଷଙ୍କ ଘରେ ରଖି ଚିକିତ୍ସା କରିବାକୁ କହିଥିଲେ। ଏଣୁ ଆଶୁତୋଷଙ୍କୁ ନେଇ ପରିବାର ସଦସ୍ୟ ଘରକୁ ଫେରିଆସିଥିଲେ।

ଘରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ଆଶୁତୋଷଙ୍କ ଚିକିତ୍ସା ଆରମ୍ଭ କରିଦିଆଗଲା। ଅମ୍ଳଜାନ ମାସ୍କ ସମେତ ଅନ୍ୟ ସମସ୍ତ ସୁବିଧାର ବ୍ୟବସ୍ଥା କରାଗଲା। ୪ ଦିନ ପରେ ଯେତେବେଳେ ଘର ଲୋକେ ଆଶୁତୋଷଙ୍କ ଟେଷ୍ଟ ରିପୋର୍ଟ ଆଣିବାକୁ ହସ୍ପିଟାଲ ଗଲେ, ସେମାନେ ଜାଣିବାକୁ ପାଇଲେ ଯେ, ରିପୋର୍ଟଟି ହଜିଯାଇଛି। ଏହାପରେ ଆଶୁତୋଷଙ୍କ ପୁଣି ଟେଷ୍ଟ ହେଲା। ଏହାପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଲା। ପରେ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏହାପରେ ୧୭ ଜୁନରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ୧୯ ଜୁନରେ ଆଶୁତୋଷଙ୍କ ଜନ୍ମଦିନ ଥିଲା। ସେ ଦିଲ୍ଲୀ କରୋଲ ବାଗ ଅଞ୍ଚଳରେ ରହୁଥିଲେ। ୪ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା। ଘର ଲୋକଙ୍କ ଅନୁସାରେ, ଆଶୁତୋଷ ଦିଲ୍ଲୀ ରାଜ୍ୟ ପାଇ ସୁଇମିଂ କରୁଥିଲେ। ସେ ଶିବାଜୀ ଷ୍ଟାଡିୟମରେ ପିଲାମାନଙ୍କୁ ସୁଇମିଂ ଶିଖାଉଥିଲେ। ପୂରା ପରିବାର ଆଶୁତୋଷଙ୍କ ରୋଜଗାରରେ ଚଳୁଥିଲେ। ଆସାମରେ ଆୟୋଜିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତିଥିଲେ।



from Odisha Reporter https://ift.tt/313MhiS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages