ପୁରୀରେ ଚାଲିଛି ସେବାୟତଙ୍କ କୋଭିଡ୍ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ପୁରୀରେ ଚାଲିଛି ସେବାୟତଙ୍କ କୋଭିଡ୍ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ଗାଇଡଲାଇନ୍‌ ଅନୁସାରେ ଆଜି ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେଉଛି । ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ପୁରୀର ଉତ୍କଳ ହିନ୍ଦି ବିଦ୍ୟାପୀଠ, ବାଗିଡ଼ଇା ଧର୍ମଶାଳା ଓ ମାର୍କଣ୍ଡେଶ୍ୱରସାହି ଗାର୍ଲସ ହାଇସ୍କୁଲରେ ଟେଷ୍ଟ ଶିବିର କରାଯାଇଛି।

ପୁରୀ ରଥଯାତ୍ରାରେ ସାମିଲ ୫ ହଜାର ଲୋକଙ୍କର ହେବ କୋଭିଡ୍ ଟେଷ୍ଟ କରାଯିବ । ଅଢେଇ ହଜାର ସେବାୟତଙ୍କର  ୨ ରାଉଣ୍ଡ କୋଭିଡ୍ ଟେଷ୍ଟ ହେବ । ସେବାୟତଙ୍କ ବ୍ୟତୀତ ପୁଲିସ୍ ଓ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆାସିବ ସେମାନେ ହିଁ ରଥ କାର୍ଯ୍ୟରେ ସାମିଲ ହେବେ  ।  ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି ଗତକାଲି ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରେ କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ।

ଗତକାଲି ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୁଲିସ୍‌ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା। ପ୍ରାୟ ହଜାରେରୁ  ଅଧିକ ପୁଲିସ୍‌ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ। ଏପରି କିଛି ସମସ୍ୟା ଉପୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।

The post ପୁରୀରେ ଚାଲିଛି ସେବାୟତଙ୍କ କୋଭିଡ୍ ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3eJ3hPe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages