ମଧ୍ୟପ୍ରଦେଶ ମୁହାଁଇଲେ ପଙ୍ଗପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ମଧ୍ୟପ୍ରଦେଶ ମୁହାଁଇଲେ ପଙ୍ଗପାଳ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ମଧ୍ୟପ୍ରଦେଶରୁ ଆସି ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି। ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚି ଥିଲେ। ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବା ଆଶଙ୍କା ରହିଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଜଙ୍ଗଲ ପାଖ ଗାଁ ଲୋକମାନେ ବାଣ ଫୁଟାଇ, ବଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଥିଲେ।

ଅପରପକ୍ଷେ ମନିନ୍ଦ୍ରଗଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଔଷଧସିଞ୍ଚନ କାମ ଆରମ୍ଭ କରିଥିଲେ। କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ୱଂସ ମଧ୍ୟ ହୋଇଯାଇଥିଲେ। ଏହାପରେ ସେମାନେ ମଧ୍ୟପ୍ରଦେଶ ଆଡ଼କୁ ପଳାଇଥିବା ଜଣାଯାଇଛି।

ଏହି ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିଲେ ବହୁ ପରିମାଣର ଫସଲ ନଷ୍ଟ କରିବାର ଆଶଙ୍କା ଥିବାରୁ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି।



from Odisha Reporter https://ift.tt/3gKuKlf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages