ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚି ଯାଇଛି। ୩୦ଟିରୁ ୨୯ଟି ଜିଲ୍ଲାରେ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ରାୟଗଡ଼ ଜିଲ୍ଲାରୁ ଏଯାବତ ଗୋଟିଏ ବି ପଜିଟିଭ୍ କେସ୍ ଆସିନାହିଁ। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୯୧ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ମୋଟ ୪୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୬ ସୁସ୍ଥ ହୋଇସାରିଛନ୍ତି ଓ ୧୧୯ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି।
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା। ଏଠାରେ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ୫୧ ଜଣ ଚିକିତ୍ସାଧୀନ ଅଛନ୍ତି।
ତୃତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୯୩ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କେତେ
- ବାଲେଶ୍ୱର- ୧୫୪ (୧୨୭ ସୁସ୍ଥ, ୨୬ ଚିକିତ୍ସାଧୀନ)
- କେନ୍ଦ୍ରାପଡ଼ା- ୧୫୨ (୬୯ ସୁସ୍ଥ, ୮୩ ଚିକିତ୍ସାଧୀନ)
- କଟକ- ୧୨୬ (୪୯ ସୁସ୍ଥ, ୭୬ ଚିକିତ୍ସାଧୀନ)
- ଭଦ୍ରକ- ୧୨୦ (୯୫ ସୁସ୍ଥ, ୨୫ ଚିକିତ୍ସାଧୀନ)
- ପୁରୀ- ୯୬ (୪୮ ସୁସ୍ଥ, ୪୮ ଚିକିତ୍ସାଧୀନ)
- ବଲାଙ୍ଗୀର- ୮୯ (୮ ସୁସ୍ଥ, ୮୧ ଚିକିତ୍ସାଧୀନ)
- ଜଗତସିଂହପୁର- ୮୬ (୩୦ ସୁସ୍ଥ, ୫୬ ଚିକିତ୍ସାଧୀନ)
- ନୟାଗଡ଼- ୬୯ (୨୭ ସୁସ୍ଥ, ୪୨ ଚିକିତ୍ସାଧୀନ)
- ସୁନ୍ଦରଗଡ଼- ୬୫ (୩୩ ସୁସ୍ଥ, ୩୨ ଚିକିତ୍ସାଧୀନ)
- ନୂଆପଡ଼ା- ୫୨ (ସମସ୍ତେ ଚିକିତ୍ସାଧୀନ)
- ଗଜପତି- ୪୦ (୯ ସୁସ୍ଥ, ୩୧ ଚିକିତ୍ସାଧୀନ)
- ବୌଦ୍ଧ- ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ)
- ଦେବଗଡ଼- ୩୨ (୨ ସୁସ୍ଥ, ୩୦ ଚିକିତ୍ସାଧୀନ)
- କେନ୍ଦୁଝର- ୩୦ (୮ ସୁସ୍ଥ, ୨୨ ଚିକିତ୍ସାଧୀନ)
- ମୟୂରଭଞ୍ଜ- ୨୭ (୧୪ ସୁସ୍ଥ, ୧୩ ଚିକିତ୍ସାଧୀନ)
- ଅନୁଗୋଳ- ୨୬ (୧୯ ସୁସ୍ଥ, ୭ ଚିକିତ୍ସାଧୀନ)
- କନ୍ଧମାଳ- ୨୨ (୩ ସୁସ୍ଥ, ୧୯ ଚିକିତ୍ସାଧୀନ)
- ଢେଙ୍କାନାଳ- ୨୧ (୨ ସୁସ୍ଥ, ୧୯ ଚିକିତ୍ସାଧୀନ)
- ମାଲକାନଗିରି- ୨୧ (୩ ସୁସ୍ଥ, ୧୮ ଚିକିତ୍ସାଧୀନ)
- କଳାହାଣ୍ଡି- ୨୦ (୧୩ ସୁସ୍ଥ, ୭ ଚିକିତ୍ସାଧୀନ)
- ସମ୍ବଲପୁର- ୧୨ (୫ ସୁସ୍ଥ, ୭ ଚିକିତ୍ସାଧୀନ)
- ବରଗଡ଼- ୧୧ (ସମସ୍ତେ ଚିକିତ୍ସାଧୀନ)
- କୋରାପୁଟ- ୮ (୧ ସୁସ୍ଥ, ୭ ଚିକିତ୍ସାଧୀନ)
- ସୋନପୁର- ୮ (ସମସ୍ତେ ଚିକିତ୍ସାଧୀନ)
- ଝାରସୁଗୁଡ଼ା- ୭ (୨ ସୁସ୍ଥ, ୫ ଚିକିତ୍ସାଧୀନ)
- ନବରଙ୍ଗପୁର- ୨ (ସମସ୍ତେ ଚିକିତ୍ସାଧୀନ)
from Odisha Reporter https://ift.tt/2AyuuVD
No comments:
Post a Comment