ଭେଣ୍ଡିଆ ପୁଅକୁ ପିଟି ପିଟି ମାରିଦେଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ଭେଣ୍ଡିଆ ପୁଅକୁ ପିଟି ପିଟି ମାରିଦେଲା ବାପା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଜଣେ ବ୍ୟକ୍ତି ତାଙ୍କ ଭେଣ୍ଡିଆ ପୁଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ସରଗୁଲି ଗାଁରେ।

ମୃତ ଯୁବକଙ୍କ ନାଁ ଅସିତ ବସୁ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅଭିଯୁକ୍ତଙ୍କ ନାଁ ଅମଲ ବସୁ।

ଅମଲ ବସୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୧୫ ବର୍ଷ ତଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହା ପରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଜେଲ୍‌ରୁ ଫେରିବା ପରେ ଦ୍ୱିତୀୟ ସ୍ତ୍ରୀ ଓ ଛୁଆଙ୍କୁ ଧରି କୁମୁଲି ଗାଁ ଛକ ନିକଟରେ ଥିବା ନିଜ ଚାଷ ଜମି ନିକଟରେ ରହିଥିଲେ। କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଅସିତ ଓ ବିଶ୍ୱଜିତ୍‌ଙ୍କ ସହ ଜମିଜମାକୁ ନେଇ ତାଙ୍କର ଗଣ୍ଡଗୋଳ ଲାଗି ରହିଥିଲା। ୬ ମାସ ତଳେ ଅସିତଙ୍କ ସହିତ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ଅସିତ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଗତକାଲି ପୁଣି ଅସିତ ଓ ତାଙ୍କ ବାପାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅମଲ ଉତ୍‌କ୍ଷିପ୍ତ ହୋଇ ଅସିତଙ୍କୁ ପିଟି ପିଟି ମାରି ଦେଇଥିଲେ।

ଘଟଣା ସଂପର୍କରେ ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ଏବଂ ରାଇଘର ଥାନା ଅଧିକାରୀ ପୂରା ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ଅମଲ ବସୁଙ୍କୁ ଗିରଫ କରିଥିଲେ।



from Odisha Reporter https://ift.tt/36TD2ms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages