ନ୍ୟୁୟର୍କ: ପୁଲିସ ହେପାଜତରେ ଥିବା ବେଳେ ଆମେରିକାର କୃଷ୍ନକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆମେରିକାରେ ହିଂସା ବ୍ୟାପିଛି। ଅନ୍ୟପଟେ ଆଉ ଜଣେ କୃଷ୍ନକାୟ ଜମେଲ ଫ୍ଲୟଡଙ୍କର ମୃତ୍ୟୁ ହୋଇଛି। ପୁଲିସ ପେପର ସ୍ପ୍ରେ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ନ୍ୟୁୟର୍କର ଫେଡେରାଲ ଜେଲରେ ଜମେଲ ଫ୍ଲୟଡ ସଜାକାଟୁ ଥିଲେ। ବୁଧବାର ପୁଲିସ ଅଧିକାରୀ ତାଙ୍କ ଉପରକୁ ପେପର ସ୍ପ୍ରେ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜେଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ରୁକଲିନର ମେଟ୍ରୋପଲିଟନ ନିରୋଧକ କେନ୍ଦ୍ରରେ ଅକ୍ଟୋବର ୨୦୧୯ରୁ ବନ୍ଦୀ ରହିଥିଲେ ଜମେଲ। ବୁଧବାର ନିଜ ଜେଲ୍ କଠୋରୀ ଭିତରେ ଥିବା ଝରକା ଭାଙ୍ଗିବାକୁ ଜମେଲ ଫ୍ଲୟଡ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଜମେଲଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ପେପର ସ୍ପ୍ରେ କରିଥିଲା। ଜମେଲ ଜେଲରେ ଥିବା ଅନ୍ୟ କଏଦୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲେ। ତେଣୁ ତାଙ୍କ ଉପରକୁ ପୁଲିସ ବାଧ୍ୟ ହୋଇ ପେପର ସ୍ପ୍ରେ କରିଥିବା ଜଣାପଡ଼ିଛି। ପେପର ସ୍ପ୍ରେ ହେବାର କିଛି ସମୟ ପରେ ଫ୍ଲଏଡଙ୍କର ମୃତ୍ୟୁ ହୋଇଥିଲା।
ଜମେଲ ଫ୍ଲଏଡଙ୍କ ମା’ କହିଛନ୍ତି, ତାଙ୍କ ପୁଅ ଆସ୍ଥମା, ମଧୁମେହ ଆଦି ରୋଗରେ ଆକ୍ରାନ୍ତ ଥିଲା। ଜେଲ୍ କତ୍ତୃପକ୍ଷ ଏ ବାବଦରେ ଅବଗତ ଥିଲେ।
ସୂଚନାଯୋଗ୍ୟ, ଆମେରିକାରେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଦେଶର ୧୪୦ଟି ସହରକୁ ହିଂସା ବ୍ୟାପିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ହିଂସାକୁ ଘରୋଇ ଆତଙ୍କବାଦୀ ବୋଲି କହିଛନ୍ତି।
from Odisha Reporter https://ift.tt/3gXggOU
No comments:
Post a Comment