ହସ୍ପିଟାଲକୁ କ’ଣ ସବୁ ନେଇପାରିବେ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ହସ୍ପିଟାଲକୁ କ’ଣ ସବୁ ନେଇପାରିବେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ବିଶ୍ୱରେ ଭାରତ କ୍ଷତିଗ୍ରସ୍ତ ତାଲିକାର ୪ନଂରେ ରହିଛି। ସେହିପରି କରୋନା ଜନିତ ମୃତ୍ୟୁ ତାଲିକାର ୯ନଂ ସ୍ଥାନରେ ପହଞ୍ଚି ଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏସବୁ ଭିତରେ ସେଲଫ କ୍ୱାରେଣ୍ଟାଇନ କିମ୍ବା ହସ୍ପିଟାଲରେ ରହୁଥିବା ଜଣେ କରୋନା ଆକ୍ରାନ୍ତ ନିଜ ସହ କ’ଣ ନେବା ଦରକାର ସେ ସମ୍ପର୍କରେ ବିଶେଷଜ୍ଞମାନେ ମତ ରଖିଛନ୍ତି।

୧-ଜଣେ କରୋନା ରୋଗୀ ହସ୍ପିଟାଲକୁ ଯିବା ପୂର୍ବରୁ ପ୍ରଥମ କାମ ହେଉଛି ମୋବାଇଲ ଓ ଚାର୍ଜର ନେବାକୁ ଆଦୌ ଭୁଲିବା କଥା ନୁହେଁ।

୨-ସରକାରୀ ହସ୍ପିଟାଲରେ ବୋତଲ ମିଳିବ ନାହିଁ। ସିଧାସଳଖ ବି ଆପଣ କୌଣସି ବୋତଲକୁ ଛୁଇଁପାରିବେ ନାହିଁ। କେବଳ କର୍ମଚାରୀମାନେ ଆସି ଆପଣଙ୍କୁ ପାଣିଦେବେ। ସେମାନେ ସାଧାରଣତଃ ଗରମ ପାଣି ଦେଇଥାଆନ୍ତି। ଏଥିପାଇଁ ପ୍ଲାଷ୍ଟିକ ବୋତଲ ମେଲ୍ଟ କରିଯାଇପାରେ। ତେଣୁ ଷ୍ଟିଲ ବୋତଲ ବ୍ୟବହାର କରିବା ଜରୁରୀ। ସେହିପରି ଗ୍ଲାସ ମଧ୍ୟ ନେଇଥିବେ।

୩-ହସ୍ପିଟାଲରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ମିଳିବ। ବେଳେବେଳେ ଚା’ ମଧ୍ୟ ଦିଆଯିବ। ଯଦି ଏହା ଭିତରେ କାହାକୁ ଭୋକ କଲା, ତା’ହେଲେ ସେ ଅର୍ଡର ଦେଇ କିଛି ବି ମଗାଇ ପାରିବ ନାହିଁ। ତେଣୁ ସର୍ବଦା ନିଜ ପାଖରେ ଫଳ ରଖିବା ଉଚିତ।

୪-ସର୍ବଦା ନିଜ ସହ ଟାୱେଲ, ସାବୁନ, ସାମ୍ପ ଓ ବ୍ରଶ ରଖନ୍ତୁ। କାରଣ ସରକାରୀ ହସ୍ପିଟାଲରେ ଏସବୁ ସୁବିଧା ମିଳିବ ନାହିଁ।

୫-ହସ୍ପିଟାଲରେ ରହିବା ବେଳେ ନିଜ ସହ ନେଇଥିବା ପୋଷାକ ପରିନ୍ଧାନ କରନ୍ତୁ। ନିଜ ସହ ପର୍ଯ୍ୟାପ୍ତ ସଂଖ୍ୟାର ପୋଷାକ ନେଇଥାଆନ୍ତୁ। କାରଣ ଆପଣଙ୍କୁ ବିନା ଶୀତତାପ ନିୟନ୍ତ୍ରଣ ରୁମରେ ରଖାଯିବ ଓ ହାଇପାୱାର ମେଡିସିନ ଦିଆଯିବ। ଏହାଦ୍ୱାରା ଝାଳ ବୋହିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପୋଷାକ ବାରମ୍ବାର ବଦଳାଇବାକୁ ପଡ଼ିପାରେ।

୬-ହସ୍ପିଟାଲ, ଆଇସୋଲେସନ ୱାର୍ଡ ବା କ୍ୱାରେଣ୍ଟାଇନରେ ରହି ରହି ଜଣେ ବୋର ହେବାର ସମ୍ଭାବନା ରହିଛି। ତେଣୁ ନିଜ ସହ ବହି, ଲେଖିବା ପାଇଁ ଖାତା ମଧ୍ୟ ନେଇପାରିବେ।

୭- ପ୍ରାର୍ଥନା ପାଇଁ ନିଜସ୍ୱ ସାମଗ୍ରୀ ନେବାକୁ ମଧ୍ୟ ଭୁଲିବେ ନାହିଁ। କାରଣ ହସ୍ପିଟାଲରେ ରହିବା ବେଳେ ମାନସିକ ସ୍ଥିରତା ପାଇଁ ପ୍ରାର୍ଥନା ଜରୁରୀ।



from Odisha Reporter https://ift.tt/2UKxYM3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages