ନୂଆପଡ଼ା (ମାୟାଧର ସରାଫ): ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡ଼ା ଗାଁର ପିତାମ୍ବର କଟା। ତାଙ୍କ ଠାରୁ ପୁଲିସ୍ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି।
କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଗରିଆବନ୍ଧ ଜିଲ୍ଲାର ପୁଲିସ୍ ଗତକାଲି ପିତାମ୍ବରକୁ ଗିରଫ କରିଥିଲା।
ଗରିଆବନ୍ଧ ଏସପି ଭୋଜରାମ ପଟେଲ ପଟେଲ କହିଛନ୍ତି, “ଗରିଆବନ୍ଧ ଜିଲ୍ଲା ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ଜିଲ୍ଲାର ମୈନପୁର ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଏକ ରାକେଟ୍ ସକ୍ରିୟ ରହିଛି। ଏହା ପରେ ମୈନପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ମୈନପୁର ଥାନା ଅଞ୍ଚଳର କୁଲହାଡ଼ିଘାଟ ଗାଁରେ ଏକ ବସ୍ତା ଧରି ଠିଆ ହୋଇଥିବା ଜଣେ ଅଜଣା ଯୁବକଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲା। ପରେ ସେମାନେ ବସ୍ତାଟିକୁ ଖୋଲି ଦେଖିଥିଲେ। ସେଥିରେ ଏକ ଜୀବନ୍ତ ବଜ୍ରକାପ୍ତା ଥିଲା। ପଚରାଉଚରାରୁ ଜଣାପଡ଼ିଥିଲା ଯେ, ଉକ୍ତ ଯୁବକ ଜଣକ ବଜ୍ରକାପ୍ତାଟିକୁ ବିକ୍ରି କରିବା ପାଇଁ ଆସିଥିଲେ। ତା’ପରେ ତାକୁ ଗିରଫ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।”
The post ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ appeared first on Odisha Reporter.
from Odisha Reporter https://ift.tt/2Afpjug
No comments:
Post a Comment