ଜୟପୁର: ରାଜସ୍ଥାନର ଭିଲୱାଡାରେ ଜଣେ ବ୍ୟକ୍ତି ନିଜ ପୁଅ ବାହାଘରକୁ ଅଢ଼େଇ ଶହ ଲୋକଙ୍କୁ ଡାକିବା ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ସମେତ ବରଯାତ୍ରୀରେ ସାମିଲ ଲୋକଙ୍କ ମଧ୍ୟରୁ ୧୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ବାପା କରୋନାରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। ସମସ୍ତ ୧୫ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ବରଯାତ୍ରୀରେ ସାମିଲ ଆଉ ୧୨୭ ଜଣଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି।
କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ଏହି ଲୋକମାନଙ୍କ ଖର୍ଚ୍ଚର ଭାର ଏହି ବ୍ୟକ୍ତିଙ୍କ ଠାରୁ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଯାବତ୍ କ୍ୱାରେଣ୍ଟାଇନ୍ରେ ଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ୬ ଲକ୍ଷ ୨୬ ହଜାର ୬୦୦ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଏହି ଖର୍ଚ୍ଚ ଅର୍ଥ ପ୍ରଦାନ କରିବାକୁ ତାଙ୍କୁ ନୋଟିସ୍ କରାଯାଇଛି। ଏହା ପରେ ଆଉ ଯାହା ଖର୍ଚ୍ଚ ହେବ, ତାହା ବି ସେ ଦେବେ ବୋଲି ଭିଲୱାଡା ଜିଲ୍ଲାପାଳ କହିଛନ୍ତି।
କରୋନା ଭାଇରସ୍ ଯୋଗୁ ବାହାଘରକୁ ୫୦ ଲୋକଙ୍କୁ ଡାକିବାକୁ ନିୟମ ହୋଇଥିବା ବେଳେ ଏହି ବାହାଘରରେ ବର ପକ୍ଷ ୨୫୦ରୁ ଅଧିକ ଲୋକଙ୍କୁ ଡାକିଥିଲେ। ଜୁନ୍ ୨୧ ତାରିଖରେ ଏହି ବାହାଘର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବରଯାତ୍ରୀରେ ସାମିଲ ହୋଇଥିଲେ। ଆଉ ବାହାଘର ପରଠାରୁ ସେମାନଙ୍କ ମଧ୍ୟରୁ ଜଣେ ପରେ ଜଣେ କରୋନା ଭାଇରସ୍ରେ ଆକ୍ରାନ୍ତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରର କକା ଓ ପିଉସୀ ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
The post ପୁଅ ବାହାଘରକୁ ୫୦ରୁ ଅଧିକ ଲୋକଙ୍କୁ ଡାକି ଫସିଗଲେ; ୬ ଲକ୍ଷ ଦେବାକୁ ନୋଟିସ୍, ଆଗକୁ ଆହୁରି ଦେବେ appeared first on Odisha Reporter.
from Odisha Reporter https://ift.tt/3g6B2us
No comments:
Post a Comment