ତାମିଲନାଡ଼ୁରେ ପ୍ରେମ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାହାଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ତାମିଲନାଡ଼ୁରେ ପ୍ରେମ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାହାଘର

ବରଗଡ଼(ଦୀପକ ଶର୍ମା): ନା ବନ୍ଧା ହୋଇଥିଲା ବେଦୀ ନା ଥିଲା ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମାତ୍ର ହାତ ଗଣତି କିଛି ଲୋକଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ପରସ୍ପରର ଜୀବନସାଥୀ ହେଲେ ପ୍ରେମୀ ଯୁଗଳ। ସୁଦୂର ତାମିଲନାଡ଼ୁରେ ଯେଉଁ ପ୍ରେମ ଆରମ୍ଭ ହୋଇଥିଲା, ତାହା ସଫଳ ରୂପାୟନ ନେଲା ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କୁମ୍ଭାରୀ ହାଇସ୍କୁଲ୍‌ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବା ସଙ୍ଗରୋଧ କେନ୍ଦ୍ରରେ।

ଯୁବକଙ୍କ ଘର ସେହି କୁମ୍ଭାରୀ ଗାଁରେ ହୋଇଥିବା ବେଳେ ଯୁବତୀ ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର। ୬ ମାସ ପୂର୍ବେ ଉଭୟ କାମ କରିବାକୁ ତାମିଲନାଡ଼ୁ ଯାଇଥିବା ବେଳେ ସେଠାରେ ମନ ଦିଆନିଆ ହୋଇଥିଲେ। ବାହା ହେବାକୁ ସେମାନେ ପରସ୍ପରକୁ କଥା ମଧ୍ୟ ଦେଇଥିଲେ। ହେଲେ ମଝିରେ ପାଚେରି ହୋଇ ଛିଡ଼ା ହେଲା କରୋନା। ଲକ୍‌ଡାଉନ୍‌ ଆରମ୍ଭ ହୋଇଯିବାରୁ କାମ ନ ପାଇ ଗତ ମାସରେ ଉଭୟ ନିଜ ନିଜ ଗାଁକୁ ଫେରି ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଫେରିବାର କିଛି ଦିନ ପରେ ପ୍ରେମିକଙ୍କୁ ଟିକେ ଦେଖିବା ପାଇଁ ଯୁବତୀ ଜଣଙ୍କ ଝାରସୁଗୁଡ଼ାରୁ ଆସି କୁମ୍ଭାରୀ ଗାଁରେ ଥିବା ସଙ୍ଗରୋଧ କେନ୍ଦ୍ର ନିକଟରେ ପହଞ୍ଚିଗଲେ। ଏହା ଜାଣି ପ୍ରେମିକଙ୍କର ଖୁସି ବନ୍ଧବାଡ଼ ମାନିଲା ନାହିଁ। ଆଖି ପିଛୁଳାକେ ସେ ପାଚେରି ଡେଇଁ ସେଠାରେ ହାଜର ହୋଇଗଲେ। ହେଲେ ଗ୍ରାମବାସୀଙ୍କ ନଜରରୁ ବର୍ତ୍ତି ପାରି ନ ଥିଲେ ଏହି ଦୁଇ ପ୍ରେମ ପକ୍ଷୀ। ସେମାନଙ୍କୁ ପଚରାଉଚରା କରିବାରୁ ପରସ୍ପରକୁ ମନ ଦେଇ ସାରିଥିବା ଓ ଏବେ ଜୀବନସାଥୀ ହେବାକୁ ଚାହୁଁଥିବା ଜଣାଇଥିଲେ। ଏହାପରେ ଉଭୟଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇ ଏ ବିଷୟରେ ଅବଗତ କରାଯାଇଥିଲା। ଏହାପରେ ସେହି ସଙ୍ଗରୋଧ କେନ୍ଦ୍ରରେ ସଂପୂର୍ଣ୍ଣ ନିରାଡ଼ମ୍ବର ଭାବେ  ସେମାନଙ୍କ ବିବାହ ସମ୍ପନ୍ନ କରାଯାଇଥିଲା।



from Odisha Reporter https://ift.tt/2Uc4MNQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages